March 25, 2026
Home » ନବମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ନବମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

0
WhatsApp Image 2026-03-24 at 11.09.56 AM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମା ଠାରେ ନବମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସି .ଆର .ସି .ସି ରଶ୍ମୀତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି |ଉକ୍ତ ବୈଠକରେ ଲକର୍ମା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ବେହେରା ,ବୈଦ୍ୟନାଥ ଉ .ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ,କୁଲିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟସିନୀ ମିଶ୍ର ,ଅର୍ଜୁନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ ,ମାଝିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଦରୁୱାନ,ସାହାଜପିଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମଦିନି ବେହେରା ,ଛେପାପାଲି ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ବବଲୀ ମିଶ୍ର ,ହରଡଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ମମତା ସ୍ଵଇଁ,ବୈଦ୍ୟନାଥ ଉ .ପ୍ରା. ବିଦ୍ୟାଳୟର ସହ ଶିକ୍ଷକ ଘନଶ୍ୟାମ ମିଶ୍ର ,ଲକର୍ମା ବିଦ୍ୟାଳୟର ସହ ଶିକ୍ଷକ ବିକ୍ରମ କୁମାର ନନ୍ଦ,ଦୟାନିଧି ପଧାନ ,ଶଙ୍କର୍ଷଣ ମିଶ୍ର ସହ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ.ଏଲ .ଏନ ଶିକ୍ଷକ ଉପସ୍ଥିତ ରହିଥିଲେ | ଗଜାନନଙ୍କ ପୂଜାର୍ଚ୍ଚନା ସହ ବୈଠକ ଆରମ୍ଭ ହୋଇଥିଲା |ପ୍ରଥମେ ଲକର୍ମା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ | ବିଗତ ଆଠଟି ମାସର ମାସିକ ବୈଠକର ବିଷୟ ବସ୍ତୁକୁ ବୈଦ୍ୟନାଥ ଉ .ପ୍ରା. ବିଦ୍ୟାଳୟର ସହ ଶିକ୍ଷକ ଘନଶ୍ୟାମ ମିଶ୍ରଙ୍କ ଦ୍ୱାରା ଆଲୋଚିତ ହୋଇଥିଲା |ଲକର୍ମା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଚାରିଜଣ ଛାତ୍ରଛାତ୍ରୀଙ୍କ ସମାପ୍ତିସୂଚକ ମାନନିର୍ଦ୍ଧାରଣର ବିଶ୍ଳେଷଣ କରାଯାଇଥିଲା |ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ,ଗ୍ରୀଷ୍ମ କାଳୀନ ଶିକ୍ଷଣ କାର୍ଯ୍ୟକ୍ରମ ଉପରେ ସି .ଆର .ସି .ସି ଆଲୋଚନା କରିଥିଲେ l ଲକର୍ମା ବିଦ୍ୟାଳୟର ସହ ଶିକ୍ଷକ ବିକ୍ରମ କୁମାର ନନ୍ଦ ବିଶ୍ଵ ପାଣିପାଗ ଦିବସ ଉପଲକ୍ଷେ ସମସ୍ତଙ୍କୁ ପାଣିପାଗ ସଚେତନତା ଓ ପରିବେଶ ସୁରକ୍ଷା ର ଗୁରୁତ୍ୱ କହିବା ସହ ଓ .ସି .ଏଫ .ଏସ .ଇ ବିଷୟରେ ଆଲୋଚନା କରିଥିଲେ | ଶେଷରେ ହରଡ଼ଖୋଳ କ୍ଲଷ୍ଟର ସି .ଆର .ସି .ସି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *