December 3, 2025
Home » ନବ ନିଯୁକ୍ତ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତିଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ନବ ନିଯୁକ୍ତ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତିଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଆୟୋଜିତ

0
WhatsApp Image 2025-09-11 at 1.45.03 PM

 

 

ରାୟଗଡ଼ା ଜିଲ୍ଲା ବିଜେଡ଼ି ପକ୍ଷରୁ ହୋଟେଲ କୈଳାସରେ ଦଳର ନବ ନିଯୁକ୍ତ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଦ୍ଵାରା ପ୍ରଥମଥର ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତକାଲି ବିଜେଡି ଦଳ ଇସ୍ତଫା ପ୍ରସଙ୍ଗରେ ସେ କହିଛନ୍ତି ଯେ ରାୟଗଡା ଜିଲ୍ଲାରେ ପୂର୍ବତନ (ବିଜେଡି )ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ,ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେବା ଫଳରେ ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଭାସ୍କର ରାଓଙ୍କୁ ବିଜେଡି ଦଳ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଗତକାଲିର ଭାସ୍କର ରାଓ ବିଜେଡି ଦଳ ଓ ପଦବୀରେ ରହି କୌଣସି ସରକାରୀ ସୁବିଧା ନେଇ ନଥ‌ିବା ନେଇ ଦେଇଥିବ ମନ୍ତବ୍ୟଟିକୁ ଖଣ୍ଡନ କରିବା ସହ ବର୍ତ୍ତମାନ ସେ ଯେଉଁ ସ୍ଥାନରେ ଅଛନ୍ତି ତାହା କେବଳ ବିଜେଡି ଦଳର ଅବଦାନ ବୋଲି ସ୍ପଷ୍ଟ କରିଥିଲେ । ବିଜେଡି ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାଉନସିଲର , ଯୋଜନା ବୋର୍ଡ ଅଧ୍ୟକ୍ଷା, ରାଜ୍ୟ ସଭା ସାଂସଦ ଭଳି ବଡ ବଡ ପଦବୀ ସହ ରାଜ୍ୟ ସ୍ତରୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ଵ ପ୍ରଦାନ କରିଥିଲେ। ତଥାପି ସେ ବିଜେଡି ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ନିନ୍ଦା କରି ଇସ୍ତଫା ଦେବେ ମାନେ ଅତି ଦୁର୍ଭାଗ୍ୟଜନକ ଓ ଯାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ମାମଲା। ଭାସ୍କର ସାରଙ୍କ ଇସ୍ତଫା ଦଳ ପାଇଁ କୌଣସି ପ୍ରଭାବିତ ପକାଇବ ନାହିଁ। ବର° ରାୟଗଡ଼ା ଜିଲ୍ଲାରେ ଆଗକୁ ବିଜେଡି ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସଂଗଠନ ଆହୁରି ସୁଦୃଢ଼ ହେବ। ବିଗତ ଦିନରେ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡି ନାଁରେ ଜିତି ଆସୁଥିଲେ, କାହାର ବ୍ୟକ୍ତିଗତ ନାଁରେ ନାହିଁ ବୋଲି ସେ କହିଥିଲେ।
ସେହିପରି ପୂର୍ବତନ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ କହିଛନ୍ତି ଯେ ରାୟଗଡ଼ା ବିଜେଡିରେ ଯେଉଁ କିଛି ଦିନ ହେଲା କୌରବ ଓ ପାଣ୍ଡବଙ୍କ ଲଢେଇ ଚାଲି ଆସିଥିଲା …ସେଥ‌ିରେ ଧର୍ମର ଜୟ ହୋଇଛି ବୋଲି କହିଥିଲେ ।ଆଜି ଧର୍ମର ଜୟ ହୋଇଛି..,ଅଧର୍ମର ନାଶ ହୋଇଛି। ଦୀର୍ଘ ୨୦ ବର୍ଷ ପରେ ରାୟଗଡ଼ାରେ ସୂର୍ଯ୍ୟ ଉଦୟ ହୋଇଛି । ଏକ ଖବରକାଗଜରେ ରାୟଗଡ଼ାରେ ବିଜେଡି ସଫା ବୋଲି ନିଉସ୍ କରିଥିବା ସେହି ଭାଇଙ୍କୁ କହିବାକୁ ଚାହେଁ ଯେ ରାୟଗଡ଼ାରେ ବିଜେଡି ସଂଗଠନ ପୂର୍ବ ଅପେକ୍ଷା ଆହୁରି ସୁଦୃଢ ହେବ। ବିଗତ ଦଶନ୍ଧି ଧରି ଭାସ୍କର ଭର୍ସେସ ବିଜେଡି କିନ୍ତୁ ଭାସ୍କର ଭରସେସ ସୁଧୀର ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା, ଯାହା ଗତ ୨୫ ବର୍ଷ ଧରି ଓଡ଼ିଶା ଏବଂ ବିଶ୍ୱର ସର୍ବୋତ୍ତମ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ଭାସ୍କର ରାଓ, ଯିଏକି ବିଜେଡି ଦଳରେ ସର୍ବାଧିକ ସୁବିଧା ଏବଂ ସୁଯୋଗ ପାଇଛନ୍ତି। ୫୦ ବର୍ଷ ଧରି ବିଜୁ ପରିବାର ସହିତ ସମ୍ପର୍କରେ ଥିବା ଦାବି କରି ବିଜେଡିରୁ ଇସ୍ତଫା ଦେବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ଘଟଣା। ଆମ ତଳୀୟ ନେତା କର୍ମୀଙ୍କ ପରିଶ୍ରମରେ ସେ ତାର ରାଜନୀତି କ୍ଷେତ୍ରରେ ବଡ ନେତା,ଏକ ପରିଚୟ ସୃଷ୍ଟି କରିପାରିଛି ଜିଲ୍ଲାରେ । ସେ ଦଳୀୟ କର୍ମୀଙ୍କୁ ନିର୍ଯାତନା ଦେବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଆସୁଥିଲା। ଅନେକ ଥର ବୁଝାଇବା ସତ୍ତ୍ୱେ ଦିନେ ନା ଦିନେ ସେ ସୁଧିରି ଯିବ ଭାବି ଦଳ ସହନ କରି ଆସୁଥିଲା। ଗତକାଲି ଭାସ୍କର ଇସ୍ତଫା ଦେଇ ଆମ ବିଜେଡି ଦଳ ପାଇଁ ଅତି ମଙ୍ଗଳମୟ। ଗତକାଲି ତାର ବ୍ୟକ୍ତିଗତ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଯଦି ଭାସ୍କର ରାଓ ଦଳରେ କିଏ ନିଷ୍ପଭି ନେଉଛନ୍ତି ବୋଲି ଜାଣିପାରୁନାହିଁ, ତାହେଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଶାସନ ଦାୟିତ୍ଵରେ ଦଳ ତରଫରୁ ଭାସ୍କର ରାଓ ବିଭିନ୍ନ ପଦପଦବୀରେ ରହି ଲମ୍ବା ସମୟ ଦଳରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇ ଯଥେଷ୍ଟ ଗୁରୁତ୍ଵ ପ୍ରଦାନ କରିଥିବା ସତ୍ତ୍ବେ ସେ ଦଳ ଛାଡିବା ତାର ବ୍ୟକ୍ତିଗତ ନିଷ୍ପତ୍ତି । ପଚାଶ ବର୍ଷରେ ବିଜୁ ପରିବାରରେ ଜଡ଼ିତ କହିଥିବା ନେତା ଜିଲ୍ଲାରେ ଏକ ବିଜେଡିର ଦଳୀୟ କାର୍ଯ୍ୟାଳୟ କାହିଁକି କରି ପାରିଲା ନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାଉନସିଲର ପଦବୀ ଠାରୁ ଆରମ୍ଭ କରି ରାଜ୍ୟ ସଭା ସାଂସଦ ଭଳି ବଡ ବଡ ପଦବୀ ସହ ରାଜ୍ୟ ସ୍ତରୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ଵ ପ୍ରଦାନ କରିଥିଲେ। ଯାହା କି ରାଜ୍ୟରେ କାହାକୁ ଦଳ ପକ୍ଷରୁ ଏତେ ସୁବିଧା ଦିଆଯାଇନି। ତଥାପି ସେ ନବୀନ ପଟନାୟକ ନେତୃତ୍ବକୁ ନିନ୍ଦା କରି ବିଜୁ ବାବୁଙ୍କ ନାଁରେ ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିଛି କିଛି ପ୍ରିପେଡ ସଭ୍ୟଙ୍କୁ ନେଇ। ରାୟଗଡ଼ା ଜିଲ୍ଲାରେ ତିନୋଟି ବିଧାନ ସଭା ମଣ୍ଡଳୀ ଓ କୋରାପୁଟ ସଂସଦୀୟ କ୍ଷେତ୍ର ହରିବାରେ ମୂଳ କାରଣ ଭାସ୍କର ରାଓ କେବଳ । ୨୦୨୪ରେ ହିଁ ଭାସ୍କର ରାଓ ଇସ୍ତଫା ଦେଇ ସ୍ଵଧିନ ଦଳ କରିଥିଲା..ଯାହା କି ପୁନନିର୍ମାଣ ପାଇଁ ଏହା ତାର ଏକ କୁପ୍ରୟସ। ବିଜୁ ବାବୁଙ୍କ ନାଁରେ ପୂର୍ବରୁ ବିଜୁ ବିଚାର ମଂଚ ନାଁ ରେ ବିଜେଡିର ଦାମ ରାଉତ ଏକ ଦଳ କରି କିଛି ଆଗେଇ ପାରିଲେ ନାହିଁ । ସର୍ବ ଦିଗରେ ଦିଗହରା ହୋଇ ସେ ବିଜେଡି ଦଳ ଛାଡିଛି। ଏପରି ପୂର୍ବରୁ ଅନେକ ଛାଡିଛନ୍ତି। କିନ୍ତୁ ସେ ଦଳ ଛାଢିବା ଦ୍ଵାରା ବିନା ଭାସ୍କର ଜିଲ୍ଲାରେ ଆଗକୁ ଆହୁରି ସମସ୍ତଙ୍କ ଏକତ୍ରିତରେ ଦଳ ସୁଦୃଢ ହେବା। ବିଜେଡି ଦଳ ଦ୍ବାରା ଭାସ୍କର ରାଓ ବହୁତ୍ କିଛି ଫାଇଦା ପାଇଥିଲା। ଏପରି ରାଜନୀତିକ ଦ୍ରୋହି , ଗାଦ୍ଦରୀ କୁମଣିଷ ଯାହାର ପଚାଶ ବର୍ଷ ରାଜନୀତି କ୍ୟାରିୟର କହୁଥିବା ଏହି ଠକ ଫ୍ରଡ୍ ନେତା ରାୟଗଡାର ପଚାଶଟି ଗାଁର ନାମ କହିପାରିବ କି ? ବିଗତ ତିନି ବର୍ଷ ହେବ ସେ ତାର ଜନ୍ମଦିନ ପାଳନ କରିବାରୁ ରାୟଗଡ଼ା ଜନତା ଶାନ୍ତିରେ ଖାଇପାରୁଛନ୍ତି ..ବୋଧେ ପଚାଶ ବର୍ଷ ରାଜନୀତି କ୍ୟାରିୟର କହୁଥିବା ଏହି କୁମଣିଷର ଜନ୍ମ ତିନି ବର୍ଷ ହେଲା ବୋଧେ। ବିଜୁ ପଟ୍ଟନାୟକ ନା ନେଇ ସମାଜ ସେବା ନାଁରେ ତାର ଠିକ ସଂସ୍ଥା ସୁଦୃଢ କରିବାକୁ ପୁଣି ନିରୀହ ରାୟଗଡ଼ା ବାସୀଙ୍କୁ ଠକିବା ପାଇଁ ତାର ଏହା ଏକ ନୂତନ ଚକ୍ରାନ୍ତ । ଆପଣକଂ ମାଧ୍ୟମରେ ତାକୁ କହିବାକୁ ଚାହେଁ ଯେ “ବିଜୁ ସ୍ୱାଭିମାନ ମଞ୍ଚ ” ସ୍ଥାନରେ “ଭାସ୍କର ସ୍ୱାଭିମାନ ମଞ୍ଚ” କରୁ । କାରଣ ଯାହାଙ୍କ ନେତୃତ୍ୱରେ ସେ ଆଜି ମଣିଷ..,ସେହିପରି ମହାନ୍ ବ୍ୟକ୍ତିତ୍ଵଂକୁ ନିନ୍ଦା କରି ବାପା ବିଜୁ ବାବୁଙ୍କ ନାଁରେ ସାମାଜିକ ପ୍ଲାଟଫର୍ମ କରିଦେଲେ ତାର ପାପ କଣ ରାୟଗଡ ବାସିନ୍ଦାଙ୍କ ଅଜ୍ଞାତ କି? ଦିନେ ହେଲେ କାହା ଦୁଃଖରେ କୌଣସି ପାଞ୍ଚ ପଇସାର ଆର୍ଥିକ ସହାୟତା କରିଛି ନା କାହାର ଦୁଃଖ ସମାଧାନ କରିଛି … ବର° ସମସ୍ୟା ବଢାଇ ଅନେକଙ୍କ ଆଖିରୁ ଦୁଃଖର ଲୁହ ଗଡାଉଛି। ଗତକାଲି ସେ ଯେଉଁ ଠକ ଲୁହ ଗଡାଉଥିଲା ତାହା ରାୟଗଡ଼ା ବାସିନ୍ଦାଙ୍କ ଅନ୍ତରର କୋହ । ଯେବେଠାରୁ ସେ ଠକ ଜାଣିବା ପରେ ଦଳରେ ରହି ନୀରବରେ ଆଗେଇଥିଲି । ଯେଉଁଠାରେ ସେ ସମସ୍ତ ଫାଇଦା ପାଇବା ପରେ ସେଠି ମୂଳ ପଚିବାକୁ ଚେଷ୍ଟା କରି ନିଜେ ସେ ରାଜା ହେବା କୁଟବୁଦ୍ଧି ତାର ଅଛି । ଆଜି ଯାହା ଅଛି ତାର କଣ ନିଜ ଝାଳବୁହା ପରିଶ୍ରମର ଅର୍ଥର୍ଜନ ଫଳ କି ? ଏପରି କି ଯିଏ ତାଙ୍କ କରିଥିବା ଭୁଲ ପାଇଁ ୩୩୦ ଦିନ ବିଶାଖାପାଟଣାରେ ଲୁଚି ରହିଥିଲେ। ସେ ଆଜି ଏକ ସମ୍ମାନଜନକ ବିଜେଡି ଦଳ ତାକୁ ଅଣଦେଖା କରୁଥିବା ନେଇ କହୁଛି। ଏପରି ବ୍ୟକ୍ତି ଭବିଷ୍ୟତରେ ବିଜୁଙ୍କ ନାମ ନେଇ କ’ଣ ସେବା କରିବେ? ତାଙ୍କ ନାମ ଭାସ୍କର ସ୍ୱାଭିମାନ ମଞ୍ଚ ବୋଲି କାହିଁକି ଦିଆଗଲା ନାହିଁ କାରଣ ସେ ହୁଏତ ବିଜେଡିରେ କରିଥିବା ଭୁଲ ବିଷୟରେ ଧରାପଡ଼ିବେ। ଏପରି ଭୁଲ ବ୍ୟକ୍ତିର ବିଜୁଙ୍କ ନାମ ନେବାର କୌଣସି ଅଧିକାର ନାହିଁ। ସେ ବିଜେଡିର ନେତୃତ୍ୱ ନାଁରେ ସେ ଲୋକଙ୍କ ଉପରେ ଅତ୍ୟାଚାର କରି ଆସୁଥିଲା ।ତେଣୁ ଏଭଳି ରାଜଦ୍ରହି ଦଳ ଚାଡ଼ିବା ଦ୍ଵାରା ଦଳର କିଛି ପ୍ରଭାବ ପଡ଼ିବ ନାହିଁ କି ବିଜୁ ବାବୁଙ୍କ ନାଁରେ ବିଜୁ ସ୍ୱାଭିମାନ ମଞ୍ଚ ସାମାଜିକ ପ୍ଲାଟଫର୍ମ ନାଁରେ ଆଗେଇବା କହିଲେ ତାର ଦୁର୍ବଳତା କେବଳ ଏବଂ ଆଗକୁ କେତେ ଜଣ ସେବା କରୁଛି ସମସ୍ତେ ଦେଖିବେ .,କିନ୍ତୁ ତା ପୂର୍ବରୁ ବିଜୁ ସ୍ୱାଭିମାନ ମଞ୍ଚ ବଦଳରେ ଭାସ୍କର ସ୍ୱାଭିମାନ ମଞ୍ଚ ନତବା ଆଉ କୋଉ ନାଁ ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ଆମେ ଚାଡ଼ିବୁ ନାହିଁ । ସେ ବିଜେଡିରେ ଜନ୍ମ ହୋଇ ବିଜେଡିରେ ବଡ ହୋଇ ଦଳକୁ ସମାଲୋଚନା କରୁଛନ୍ତି, ତାଙ୍କୁ ଭବିଷ୍ୟତରେ ୨୫ ବର୍ଷର ହିସାବ ଦେବାକୁ ପଡିବ। ଏପରି ଜଣେ ବିଶ୍ୱାସଘାତକ, ଗୁରୁଦ୍ରହି , ଦଳଦ୍ରହୀ ସ୍ୱୟଂଚାଳିତ ଭାବରେ ବିଜେଡି ଛାଡି ଯାଇଛି , ଆମେ ସମସ୍ତେ ଏହି ଦିନ ପାଇଁ ଅପେକ୍ଷା କରିଥିଲୁ। ଏପରି ଏକ ଫର୍ଜରୀ କୁବ୍ୟକ୍ତି ବିଶେଷ ସହ ବିଗତ ଦିନରେ ଆମେ ସବୁ ନାରାଜ ରହି ଦୂରତା ରହି ଆସୁଥିଲେ। ଆଜି ଆମେ ସମସ୍ତେ ୨୫ ବର୍ଷୀୟ ରାଓଙ୍କ ପରି ବଡ଼ କଳଙ୍କ ବିନା ବହୁତ ଖୁସି ଏବଂ ଆମେ ସମସ୍ତ ରାୟଗଡ଼ ବାସିନ୍ଦାଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଭବିଷ୍ୟତରେ ଜିଲ୍ଲାରେ ବିଜେଡି ବହୁତ ଶକ୍ତିଶାଳୀ ହେବ। ଭାସ୍କର ଶାସନ, ଯିଏ ନିରୀହ ଲୋକଙ୍କ ସହିତ ହାତ ମିଳାଇ ସେମାନଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ପରିବାରରେ ଝଗଡ଼ା ସୃଷ୍ଟି କରି ଉତ୍ସବ ପାଳନ କରିଥିବା ଏପରି କଳଙ୍କ,ଦୁଷ୍ଟ ଜଣକ ପାର୍ଟି ନାଁରେ ଆମକୁ ଡରାଇ ଲକ୍ଷାଧିକ ଟଙ୍କା ଲୁଟୁଥିବା ବ୍ୟକ୍ତି ଦଳ ଚାଡି ଆମେ ମୁକ୍ତି ପାଇଲୁ ବୋଲି ରାୟଗଡାର ପ୍ରତିଷ୍ଠିତ ବ୍ୟବସାୟୀ ଫୋନ୍ କରି ଜଣାଇଥିବା ସୁଧୀର ବାବୁ କହିଥିଲେ । ଗତକାଲି ସେ ଇସ୍ତଫା ଦେବା ପରେ ଏଭଳି ଚୋର, ଠକକୁ ପାରିଲୁ ବୋଲି ଜୟରାମ ପାଙ୍କି ଫୋନ କରି କହିଥିଲେ। ଆଗକୁ ଭାସ୍କର ଆହୁରି କାନ୍ଦିବ। ରାୟଗଡ଼ା ବାସୀଙ୍କ ପଇସାରେ ୟେସ କରି ରାୟଗଡ଼ା ନିରୀହ ଲୋକଙ୍କୁ ପଇସା ଦେଇ ଅକ୍ତିଆର କରି ସେ ତାର ପାପକୁ କେତେ ଦିନ ଲୁଚାଇ ପାରିବନାହିଁ। ଭାସ୍କର ରାଓ ବିନା ଦଳ ଭବିଷ୍ୟତରେ ସଂଗଠନ ଆହୁରି ମଜବୁତ ହେବ। ଆଗକୁ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏକ ବିଶାଳ ରାଲି ବିଜେଡି ପକ୍ଷରୁ ଆୟୋଜନ ହେବା । ଆଗକୁ ବିଜେଡିର ମଙ୍ଗଳମୟ ଜିଲ୍ଲାରେ ଦେଖା ଦେବ କହିଛନ୍ତି ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାସ ।

ପୂର୍ବତନ ସାଂସଦ ଭାସ୍କର ବାବୁ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ନେତାଙ୍କୁ ଜିଲ୍ଲା ବିଜେଡ଼ି ସଭାପତି ଭାବରେ ନିର୍ବାଚିତ କରିବା ସହ୍ୟ କରିପାରିଲେ ନାହିଁ, ଯାହା ଫଳରେ ନିଜ ସମର୍ଥକଙ୍କ ସହ ବିଜେଡି ଦଳ ଇସ୍ତଫା ଦେଇ ନିଜ ସ୍ୱାର୍ଥ ପାଇଁ ବିଜୁବାବୁଙ୍କ ନାମରେ ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିଛନ୍ତି କହିଲେ ତ୍ରିନାଥ ଗମାଙ୍ଗ।
ଏଥିସହ ମଞ୍ଚାସିନ ଥିବା ଅନ୍ୟ ମାନେ ବିଜେଡି ଶାସନ କାଳରେ ଭାସ୍କର ରାଓଙ୍କ ଇତିହାସ,ଆଚରଣ, ଦଳୀୟ ପାଣ୍ଠି ତଥା ସରକାରୀ ପାଣ୍ଠି ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ବ୍ୟବହାର କରିବା,କର୍ମୀଙ୍କୁ ଦୁର୍ବ୍ୟବହାର,ଅଣଦେଖା,ଦଳୀୟ ବିରୁଦ୍ଧରେ କହିବା ଭଳି ଅନେକ କଥା କହିଥିଲେ।
ଦଳ ଭିତରେ ବିଗତ ୨୫ ବର୍ଷରେ ରାୟଗଡ଼ା ଜିଲ୍ଲାକୁ ଲୁଟି ବଡ ନେତା ହୋଇଥିବା ଜିଲ୍ଲାରେ ବରିଷ୍ଠ ନେତୃତ୍ୱକୁ ନେଇ ଦଳୀୟ ନେତୃତ୍ୱ,କର୍ମୀ ମଧ୍ୟରେ ଏପରି ଆଲୋଚନା ,ସମାଲୋଚନା ମଧ୍ୟରେ ବର୍ତ୍ତମାନ କଂଗ୍ରେସ ହାତରେ ଥିବା ଜିଲ୍ଲାର ତିନୋଟି ବିଧାନସଭା ମଣ୍ଡଳୀ ଓ କୋରାପୁଟ ସଂସଦୀୟ କ୍ଷେତ୍ର ଅଞ୍ଚଳରେ କଂଗ୍ରେସକୁ ଆହୁରି ସୁଦୃଢ଼ କରିବ ନା ନୂତନ ଭାବେ ଭାସ୍କର ରାଓଙ୍କ ଦ୍ଵାରା ଗଠିତ ସାମାଜିକ ପ୍ଲାଟଫର୍ମ ବିଜୁ ସ୍ୱାଭିମାନ ମଞ୍ଚ ସମସ୍ତ ଦଳ ସହ ସମସ୍ତଙ୍କ ସହଯୋଗିତା ଆଗକୁ ବଢିବ ବୋଲି କହିଥିବା ରାଓଙ୍କ ନେତୃତ୍ୱ ହେଉ ବା ବିଜେଡି, ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ଦୃଢ଼ ହେବ ତାହା ନେଇ ନିକଟରେ ହେବାକୁ ଥିବା ନିର୍ବାଚନରେ ରାୟଗଡ଼ା ଜିଲ୍ଲାବାସୀଙ୍କ ଭୋଟରେ କେଉଁ ରାଜନୈତିକ ଦଳ ହାତକୁ ଯାଉଛି ତାହା ସଭିଙ୍କ ନଜର।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ଵତୀ ମାଝି,ଆଇନଜୀବୀ ବ୍ରଜ ସୁନ୍ଦର ନାୟକ,ଅନୁସୟା ମାଝୀ,ତ୍ରିନାଥ ଗମାଙ୍ଗ, ରାୟଗଡ଼ା ପୌର ଉପାଧ୍ୟକ୍ଷ ସୁଭ୍ରା ପଣ୍ଡା ସମେତ ଅନେକ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏଗୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *