March 22, 2026
Home » ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଡାଆଣି’

ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଡାଆଣି’

0
1000995901

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: HDR ; sceneMode: 2; cct_value: 2732; AI_Scene: (-1, -1); aec_lux: 248.28201; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 39;

ନୟାଗଡ଼,: ନୟାଗଡ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ‘ଚମତ୍କାର ନାଟ୍ୟାନୁଷ୍ଠାନ’, ନୟାଗଡ଼ ପକ୍ଷରୁ ଜୀବନ ଓ ଅନ୍ଧବିଶ୍ୱାସର ନାଟକ ‘ଡାଆଣି ’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଆଦିବାସୀ ପରମ୍ପରା ଓ ସେମାନଙ୍କ ଜୀବନଶୈଳୀକୁ ଆଧାର କରି ନିର୍ମିତ ଏହି ନାଟକଟି ସମାଜରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଏକ ଶାଣିତ ସ୍ୱର ଉତ୍ତୋଳନ କରିଛି। ନାଟକଟି ଆଦିବାସୀ ସମାଜର ସରଳତା ଏବଂ ସେମାନଙ୍କର ପ୍ରକୃତି ସହ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଇଛି। କାହାଣୀର ମୁଖ୍ୟ ଚରିତ୍ର ‘ଭଗିଆ’ ଓ ତା’ର ପତ୍ନୀ ‘ନୁନୀ’ କିଭଳି ଜଣେ ଶଠ ସରପଞ୍ଚ,ଚରିତ୍ରହୀନ ପୋଲିସ ଅଧିକାରୀ ଓ ଠକ ଠିକାଦାରଙ୍କ ଚକ୍ରାନ୍ତର ଶିକାର ହେଉଛନ୍ତି, ତାର ଜୀବନ୍ତ ଅଭିନୟ ଅତ୍ୟନ୍ତ ମର୍ମସ୍ପର୍ଶୀ। ଦାଦନ ଖଟିବାକୁ ଯାଇ ଭଗିଆର ମୃତ୍ୟୁ ପରେ, ଗବେଷଣା ପାଇଁ ଆସିଥିବା ଡକ୍ଟର ଚୌଧୁରୀ ଭଗିଆର ରୂପ ଧରି ସେହି ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ତେବେ ଠିକାଦାରଙ୍କ ଦ୍ୱାରା ନିର୍ଯାତିତା ନୁନୀକୁ ସମାଜ କିଭଳି ‘ଡାହାଣୀ’ ଆଖ୍ୟା ଦେଇ ଅନ୍ଧବିଶ୍ୱାସର କଠୋର ଦଣ୍ଡ ଦେଉଛି, ତାହା ଏହି ନାଟକର ମୁଖ୍ୟ ଆକର୍ଷଣ ଥିଲା । ଅନ୍ଧବିଶ୍ୱାସର ଜାଲରେ ଛନ୍ଦି ହୋଇଥିବା ଆଦିବାସୀ ସମାଜ କିଭଳି ଜଣେ ନିଷ୍ପାପ ନାରୀକୁ ନିର୍ଯାତନା ଦେଉଛି ଏବଂ ଶେଷରେ ସତ୍ୟର କିଭଳି ବିଜୟ ହେଉଛି,

ତାହା ‘ଡାହାଣୀ’ ନାଟକ ମାଧ୍ୟମରେ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । “ଡାଆଣି” ନାଟକକୁ ନୟାଗଡ ଅଗ୍ରଣୀ “ଚାମତ୍କାର” ନାଟ୍ୟ ଅନୁଷ୍ଠାନର କଳାକାର ରାକେଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ଉମାଶଙ୍କର ମିଶ୍ର, ଜିତେନ୍ଦ୍ର ଚୌଧୁରୀ, ପ୍ରଦୀପ୍ତ ଡାକୁଆ, ନୀଳକଣ୍ଠ ଦାଶ, ନିଶିକାନ୍ତ ମହାପାତ୍ର,ବିନୋଦ କୁମାର ସାହୁ,ଶାଶ୍ୱତ ମିଶ୍ର, ବାଲୁଙ୍କେଶ୍ୱର ବିଶୋଇ, ପ୍ରଶାନ୍ତ କୁମାର ଖଟୁଆ, ଦେବାଶିଷ ମହାପାତ୍ର, ପ୍ରହଲ୍ଲାଦ ପ୍ରଧାନ, ଦିଲ୍ଲୀପ ପ୍ରଧାନ,ସୋମନାଥ ସାହୁ ସୋନାଲୀ ଶୁଚିସ୍ମିତା, ଅଭିନାଶା, ସନ୍ତୋଷିନୀ ମଲ୍ଲିକ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକ ପ୍ରମୁଖ ନିଜର ଜୀବନ୍ତ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିଭୋର କରିଥିଲେ । ନାଟ୍ୟକାର ବିଜୟ ମହାନ୍ତିଙ୍କ ଦ୍ୱାରା ଲିଖିତ ଏହି ନାଟକକୁ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ ନିର୍ଦ୍ଦେଶନା ଦେଇଥିଲେ।ନାଟକଟିକୁ ସଙ୍ଗୀତରେ ଶକ୍ତି ମିଶ୍ର ସଜାଇ ଥିବା ବେଳେ, ଆଲୋକରେ ବିକାଶ ପ୍ରଧାନ ଏବଂ ମଞ୍ଚ ପରିଚାଳନାରେ ପ୍ରଶାନ୍ତ ସ୍ୱାଇଁ (ପାଣ୍ଡିଆ) ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।
ନାଟକ ପ୍ରାରମ୍ଭରେ ଅନୁଷ୍ଠିତ ଉଦଯା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ‘ନାଟ୍ୟଧାରା’ର ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି, ବିଶିଷ୍ଠ ଅତିଥି,ବରିଷ୍ଠ ସଂକୀର୍ତ୍ତନ ଗାୟକ ଅନ୍ତର୍ଯ୍ୟାମୀ ନାୟକ ଏବଂ ନାରାୟଣ ଚିତ୍ରାଳୟ ମାଛିପଡାର ପ୍ରତିଷ୍ଠାତା ଓଡ଼ଗାଁ ବ୍ଲକର ପୂର୍ବତନ ଚେୟାରମ୍ୟାନ ନାରାୟଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟ୍ୟଧାରା ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲାବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ଲକ୍ଷ୍ମୀଧର ମହାପାତ୍ର ।ନାଟକ ଶେଷରେ ଦର୍ଶକମାନେ କାଟିଥିବା କୁପନର ଲଟ୍ରୀ ହୋଇଥିଲା ବିଶୀଷ୍ଠ ଅତିଥିଙ୍କ ଉପସ୍ଥିତିରେ ।ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ୧୦ଟି ସାନ୍ତ୍ଵନା ମୂଳକ ଲଟ୍ରି ଉଠିଥିଲା ।ପ୍ରଥମ ଲଟ୍ରିର ବିଜେତା ହୋଇ ଏଲଇଡି ଟିଭି ପାଇ ବିଜେତା ହୋଇଥିଲେ ବିଶିଷ୍ଠ ସାହିତ୍ୟିକ ସୁଶାନ୍ତ କୁମାର ପଣ୍ଡା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *