December 3, 2025
Home » ନାରୀଶକ୍ତି ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ସହ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ନାରୀଶକ୍ତି ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ସହ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

0
WhatsApp Image 2025-06-09 at 2.24.40 PM

କଟକ: ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦିନିକିଆ କଟକ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟଗୁଡିକର ଅଗ୍ରଗତୀ ସମ୍ପର୍କରେ ସନ୍ତୋଷବ୍ୟକ୍ତ କରିଛନ୍ତି । ଉପଆୟୁକ୍ତ କମିଶନରେଟ ପୁଲିସ୍ ଶ୍ରୀ ଖିଲାରି ଋଷିକେଷ ଦ୍ୟାନଦେଓ କଟକ ସହରର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିବାବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଜିଲ୍ଲାର ବିଭିନ୍ନ ଅଂଚଳରେ ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ନିୟନ୍ତ୍ରଣ କରାଯାଉଥିବା ବିଷୟ ଉଲ୍ଲେଖ କରିଥିଲେ ।

ଜିଲ୍ଲାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶକ୍ତି ଓ ଶିଳ୍ପ କ୍ଷେତ୍ରର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲାର ପ୍ରମୁଖ ବିକାଶମୂଳକ ପ୍ରକଳ୍ପ, ଏସସିବି ମେଡିକାଲ କଲେଜ ହସପିଟାଲ, ଚଣ୍ଡୀ ମନ୍ଦିର, ସତ୍ୟଭାମାପୁରସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ, ତାରକସି ହବ୍‌, ମହାନଦୀ ତଟବର୍ତ୍ତି ବିକାଶ ପ୍ରକଳ୍ପ ଆଦିର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅବଗତ ହୋଇଥିଲେ ।
କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ଚାଷୀ ତଥା ଅଧିକାରୀମାନଙ୍କୁ ତାଲିମ ପ୍ରଦାନ, ଜୈବିକ କୃଷି, ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ସହର ଉନ୍ନତିକରଣ , ସ୍ବଚ୍ଛତା ଆଦି ଦିଗରେ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ଵ ପ୍ରଦାନ କରିଥିଲେ। ଏଥିସହ ନବୀକରଣ କରାଯାଇଥିବା ସହିଦ ଭବନ ଓ ବାରବାଟୀ ଫୁଡ କୋର୍ଟ ଖୁବ ଶୀଘ୍ର ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସମୀକ୍ଷା ବୈଠକରେ ଚୌଦ୍ବାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ, କଟକ ସଦର ବିଧାୟକ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଷ, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି କଟକ ଶ୍ରୀ ଖିଲାରି ଋଷିକେଷ ଦ୍ୟାନଦେଓ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ, କଟକ ମହାନଗର ନିଗମ ଆୟୁକ୍ତ ଶ୍ରୀ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଉପ ଜିଲ୍ଳାପାଳ କଟକ ସଦର, ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପଜିଲ୍ଳାପାଳ ଆଠଗଡ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଉପଜିଲ୍ଲାପାଳ ବାଙ୍କୀ ଶ୍ରୀ ପ୍ରଣବ କୁମାର ବେହେରା ଓ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ଆସନ୍ତା 13 ତାରିଖରେ ବାଲିଯାତ୍ରା ପଡିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନାରୀ ଶକ୍ତି ସମ୍ମିଳନୀ ପ୍ରସ୍ତୁତି ବୈଠକରେ ଯୋ ଗଦେଇ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି କଟକ ଶ୍ରୀ ଖିଲାରି ଋଷିକେଷ ଦ୍ୟାନଦେଓ, ମିଶନ ଶକ୍ତି ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଡଃ ଦିବ୍ୟଲୋଚନ ମହନ୍ତ, ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀ ରାମା ନାରାୟଣ ଦାସ ଓ ଶ୍ରୀ ସୁକାନ୍ତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *