December 19, 2025
Home » ନିଆରା ଢଙ୍ଗରେ ପୁଅ ର ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଦେବାଶିଷ ପଟ୍ଟନାୟକ

ନିଆରା ଢଙ୍ଗରେ ପୁଅ ର ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଦେବାଶିଷ ପଟ୍ଟନାୟକ

0
WhatsApp Image 2024-11-22 at 11.32.21 AM (1)

ଛତ୍ରପୁରର ଯୁବ ସମାଜସେବୀ ତଥା ବିଜେପି ଯୁବନେତା ଦେବାଶିଷ ପଟ୍ଟନାୟକ ରକ୍ତଦାନ ଶିବିର ର ଆୟୋଜନ କରି ଏକ ନିଆରା ଢଙ୍ଗରେ ନିଜ ପୁଅର ଜନ୍ମଦିନ ପାଳିଲେ, । ଶିବିରରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଯାହା ବିଭିନ୍ନ ମହଲରେ ସାଧୁବାଦ ର ବିଷୟ ହୋଇଛି । ଜନ୍ମଦିନ ର ଆସର ଜମିଲା ଭଳି କାର୍ଯ୍ଯ ସମ୍ପାଦନା ନ କରି ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ଯମରେ ଜନ୍ମଦିନ ପାଳନ କରିଛନ୍ତି । ପୁଣି ସେ ନିଜେ ଉଦ୍ୟକ୍ତା ଦେବାଶିଷ ପଟ୍ଟନାୟକ ମଧ୍ୟ ରକ୍ତଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ସାମିଲ ହୋଇ ନିଜେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଏଵଂ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିବା ବେଳେ ଏହି ରକ୍ତଦାନ ଶିବିର ଦ୍ୱାରା କିଛି ମାତ୍ରାରେ ରକ୍ତର ଅଭାବ ହୋଇପାରିବ ବୋଲି କହିଛନ୍ତି ।ଦେବାଶିଷ ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଉଦ୍ୟକ୍ତା ଦେବାଶିଷ ପଟ୍ଟନାୟକ ମଧ୍ୟ ରକ୍ତଦାନ ଏହି କାର୍ଯ୍ୟକ୍ରମରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।


ଅନ୍ୟମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଜେପି ନେତା ଚନ୍ଦ୍ର ଶେଖର ରାଓ, ରୁଇନା ପଟ୍ଟନାୟକ, ବସନ୍ତ ବେହେରା, ପ୍ରଶାନ୍ତ ନାୟକ, ଲକ୍ଷ୍ମୀ ନାରୟଣ ପଣ୍ଡା, ସନ୍ତୋଷ ରାଉଳ, ଯୁବ ସମାଜସେବୀ ସୁଧୀର ପଟ୍ଟନାୟକ, ଛାତ୍ରନେତା ଓ ସମାଜସେବୀ କମଳ ପଣ୍ଡା, ଯୁବ ଛାତ୍ର ନେତା ବନଜ ନାହାକ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବରରେ ବ୍ରହ୍ମପୁର ରକ୍ତ ଭଣ୍ଡାର ର ଷ୍ଟାଫ୍ ସମସ୍ତେ ସକ୍ରୀୟ ସହଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *