ନିଖିଳ ଉତ୍କଳ ବନନିଗମ କର୍ମଚାରୀ ସଂଘ ଦ୍ବିବାର୍ଷିକ ସମ୍ମିଳନୀ

କେନ୍ଦୁଝର :-ନିଖିଳ ଉତ୍କଳ ବନନିଗମ କର୍ମଚାରୀ ସଂଘ କେନ୍ଦୁଝର ଶାଖା ର ଦ୍ବିବାର୍ଷିକ ସମ୍ମିଳନୀ ଆଜି ତୈଳିକ ସମାଜ ସଭାଗୃହ ରେ ସଂଘ ସଭାପତି ଦେବେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ୟୁନିଟ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବାବେଳେ କେନ୍ଦ୍ରୀୟ କମିଟି କାର୍ଯ୍ୟକାରୀ ସଭାପତି ସଂଗ୍ରାମ ପଟନାୟକ, କେନ୍ଦ୍ରୀୟ କମିଟି ସାଧାରଣ ସମ୍ପାଦକ ରଙ୍ଗାଧର ନାୟକ, କେନ୍ଦ୍ରୀୟ କମିଟି ଉପସଭାପତି ଅର୍ଜୁନ ସେଠି, ଆଞ୍ଚଳିକ ସମ୍ପାଦକ ଉମାଶଙ୍କର ପାଣିଗ୍ରାହୀ,, ଉପଦେଷ୍ଟା ଅକ୍ଷୟ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ରାକେଶ ଜେନା ଦୀପ୍ତି ରଞ୍ଜନ ସାହୁ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଅଞ୍ଚଳ ସତ୍ୟରଞ୍ଜନ ପଟନାୟକ ପ୍ରମୁଖ ମଂଚାସୀନ ରହି ସଂଘ ର କାର୍ଯ୍ୟକ୍ରମ ଓ ଉନ୍ନତିକରଣ ସମ୍ପର୍କ ରେ ଉଦବୋଧନ ଦେଇଥିଲେ, ଆଗାମୀ ବର୍ଷ ପାଇଁ ସଂଘ ର ନୂତନ କାର୍ଯ୍ୟକର୍ତା ନିର୍ବାଚନ ରେ କୃଷ୍ଣ ଚନ୍ଦ୍ର ମହାପାତ୍ର ସଭାପତି, ଦିବ୍ୟରଞ୍ଜନ ବେହେରା ଉପସଭାପତି, ଦୀପ୍ତି ରଞ୍ଜନ ସାହୁ ସମ୍ପାଦକ, ଜ୍ୟୋତି ପ୍ରକାଶ ଗୁମାନସିଂ ସହ ସମ୍ପାଦକ, ନସୋମା ମୁଣ୍ଡା କୋଷାଧ୍ୟକ୍ଷ୍, ସୁନୀଳନାୟକ ସଂଗଠନସମ୍ପାଦକ, ଝରଣା ପରିଡା ସମୀକ୍ଷକ, ଭାବେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଥିଲେ