December 3, 2025
Home » ‘ନିଚ୍ଛକ୍‌’ ଖଟିରେ ଜାତୀୟ ପତାକା ଉତ୍ତୋଳନ

‘ନିଚ୍ଛକ୍‌’ ଖଟିରେ ଜାତୀୟ ପତାକା ଉତ୍ତୋଳନ

0
WhatsApp Image 2025-08-17 at 2.53.22 PM

ଭୁବନେଶ୍ୱର: ୭୯ ତମ ଜାତୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନ ସମ୍ମୁଖ ନିଚ୍ଛକ ଖଟିରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଉପସ୍ଥିତିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଗତ ସ୍ୱାଧୀନତା ସଂଗ୍ରାମରେ ବରପୁତ୍ର ମାନଙ୍କ ବଳିଦାନ ଓ ସେମାନଙ୍କ ତ୍ୟାଗ ସମ୍ପର୍କରେ ଉଲ୍ଲେଖ କରି କଷ୍ଟଲବ୍ଧ ସ୍ୱାଧୀନତାର ଯେଭଳି ଅପବ୍ୟବହାର ନ ହୁଏ ସେଥିପ୍ରତି ସମସ୍ତେ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁରଲୀଧର ମିଶ୍ର, ‘ପ୍ରିୟ ଖବର’ର ସମ୍ପାଦକ ରାଜକିଶୋର ଦାଶ, ଜାତୀୟ ସମ୍ବାଦପତ୍ର “ଜନମୋର୍ଚ୍ଚା” ର ରାଜ୍ୟ ପ୍ରତିିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ‘ଡୁମୁଣୀ ଖବରର ସଂସ୍ଥାର ବାର୍ତ୍ତା ସମ୍ପାଦକ ସୀମାଞ୍ଚଳ ପଟ୍ଟନାୟକ, ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ବାମପନ୍ଥୀ ନେତା ବଂଶୀଧର ପରିଡା, ସାମ୍ବାଦିକ ରାଜୁ ମହାପାତ୍ର, ସଞ୍ଜୟ ଚୌଧୁରୀ, ଅଜିତ ଦାଶ, ଟୁଲୁ ବାବୁ, ସୁବ୍ରତ କୁଅଁର, ମଣ୍ଟୁ ପାତ୍ର, ରଥ ବାବୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ। ଶେଷରେ ମିଷ୍ଟାନ୍ନ ଓ ଚା ପାନରେ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *