February 28, 2026
Home » ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-02-28 at 10.49.14 AM

 

ବରଗଡ଼:ତୃଣମୂଳ ସ୍ତରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଶୁଭାରମ୍ଭ କରି ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିବା ବେଳେ ଉଦ୍ଘାଟନୀ ଅଧିବେଶନରେ ଜିଲ୍ଲା ଯୋଜନା ପର୍ଯ୍ୟାଲୋଚନା ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଉଦ୍ଧବ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ପ୍ରଶିକ୍ଷଣରେ ସାଧନ କର୍ମୀ ଭାବେ କଳାହାଣ୍ଡି ଡିପିଏମୟୁ ଏମପିଏଲଇ ଡ଼ କୁମଦିନୀ ମିଶ୍ରଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦଳେଇ ଏଵଂ ପାଇକମାଲ ବ୍ଳକ ଏବିପି ଫେଲୋ ମଧୁସ୍ମିତା ବେହେରା ଉପସ୍ଥିତ ରହି ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଅନ୍ତର୍ଗତ ୧୭ ଗୋଟି ଲକ୍ଷ୍ୟ ତଥା ଏହାର ପ୍ରସଙ୍ଗିକତା ଉପରେ ଆଲୋଚନା କରିବା ସହ ଏସଡ଼ିଜିର ସମସ୍ତ ଇଣ୍ଡିକେଟର ଫ୍ରେମୱାର୍କ, ମନିଟରିଂ ପ୍ରଣାଳୀ, ତଥ୍ୟ ସଂଗ୍ରହର ଉତ୍ସ ଏବଂ ବିକାଶ ପାଇଁ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଆଲୋଚନା କରିଥିଲେ।

ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଭାଗଗ୍ରହଣ କରିଥିବା ସହ ଜିଲ୍ଲାସ୍ତରରେ ସମସ୍ତ ଲକ୍ଷ୍ୟ ପ୍ରାପ୍ତି ପାଇଁ ସମନ୍ୱିତ ଓ ସହଯୋଗମୂଳକ ପ୍ରୟାସ କରିବା ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲେ ।

Leave a Reply

Your email address will not be published. Required fields are marked *