July 6, 2025
Home » ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

0
deba-nirma

ଦେବଗଡ଼ ମହାବିଦ୍ୟାଳୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଇତିଶ୍ରୀ ଗାଗରାଇ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଓ ବରେଣ୍ୟ ଅତିଥି ଭାବେ ସାଂସଦ ଙ୍କ ନମିନୀ ଅରୁଣ କୁମାର ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଜ଼ିଲ୍ଲା ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ । ଏଥି ସହ ଓଡ଼ିଶା ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ସହାୟତା ଯୋଜନା ଓ ଏହାର ସୁଫଳ ପାଇବା ପାଇଁ ନିଜକୁ ନିର୍ମାଣ ଶ୍ରମିକ ରୂପେ ପଞ୍ଜିକୃତ କରନ୍ତୁ ବୋଲି କହିଥିଲେ ।

ଶ୍ରମିକ ମାନଙ୍କ ପାଇଁ ଶିକ୍ଷା ସହାୟତା, ମୃତ୍ୟୁ କାଳୀନ ସହାୟତା, ଅନ୍ତୟଷ୍ଟିକ୍ରିୟା ସହାୟତା, ବିବାହ ସହାୟତା, ପ୍ରସ୍ତୁତି କାଳୀନ ସହାୟତା ଉପରେ ଅତିଥି ମାନେ ସୂଚନା ପ୍ରଦାନ କରିଥିଲେ ।ଶିକ୍ଷା ସହାୟତାରେ ୧୦୬ ଜଣଙ୍କୁ ୭, ୬୫, ୪୦୦ ଟଙ୍କା , ବିବାହ ସହାୟତା ରେ ୨୩୪ ଜଣଙ୍କୁ ୧, ୧୭, ୦୦, ୦୦୦ ଟଙ୍କା, ପ୍ରସ୍ତୁତି କାଳୀନ ସହାୟତା ରେ ୧୮ ଜଣଙ୍କୁ ୧, ୮୦, ୦୦୦ ଟଙ୍କା, ମୃତ୍ୟୁ କାଳୀନ ସହାୟତା ରେ ୨୬ ଜଣଙ୍କୁ ୫୨, ୦୦,୦୦୦ ଟଙ୍କା ଓ ଅନ୍ତଷ୍ଠିକ୍ରିୟା ସହାୟତାରେ ୦୫ ଜଣଙ୍କୁ ୨୫, ୦୦୦ ଟଙ୍କା ବାବଦକୁ ମୋଟ ୩୮୯ ଜଣଙ୍କୁ ବିଭିନ୍ନ ଯୋଜନା ସହାୟତା ରାଶି ବାବଦକୁ ୧,୭୮,୭୦,୪୦୦ ଟଙ୍କା ରାଶି ହିତାଧିକାରୀ ମାନଙ୍କ ଜମା ଖାତାକୁ ପ୍ରେରଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଶ୍ରମ ବିଭାଗର କର୍ମଚାରୀ, ତିନି ବ୍ଲକ ରୁ ଆସିଥିବା ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ । ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *