ନୂଆପଡାରେ ବିପୁଳ ବିଜୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦୁଝର ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦୁଝର, ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ କେନ୍ଦୁଝର ଜିଲ୍ଲା ବାସୀଙ୍କ ପକ୍ଷରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ର ଶହ ଶହ ପ୍ରତିନିଧି ଦଳୀୟ ନେତା କାର୍ଯ୍ୟକର୍ତ୍ତା ଜନସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ତଥା ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟୁତ୍ତର ରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଉନ୍ନତି ପାଇଁ ଜିଲ୍ଲାବାସୀ ଙ୍କ ସକ୍ରିୟ ସହଯୋଗ କାମନା କରି କହିଲେ ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସ୍ଥାପନ ସହିତ ଆହୁରି ଅନେକ ଲୋକଭିମୁଖୀ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକଙ୍କ ପାଇଁ ସ୍ଥାପନ କରାଯିବ ,ସାଧାରଣ ଲୋକଙ୍କ ଜୀବନଧାରଣ ମାନ ର ଉନ୍ନତି ପାଇଁ ଯାହାକିଛି ସର୍ବୋଚ ଭାବେ କରାଯିବ ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା. ଫକୀରମୋହନ ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁ,ତଥା ଅନ୍ୟ ନେତୃତ୍ୱ ମାନେ ମଞ୍ଚରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ସଂଯୋଜନା ପୂର୍ବତନ ନଗର ମଣ୍ଡଳ ସଭାପତି ବିଶ୍ୱଜିତ ତ୍ରିପାଠୀ କରିଥିବା ବେଳେ ବିଜେପି ପ୍ରବକ୍ତା ବିରଜା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
