February 10, 2026
Home » ନୂଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ କଲେ କନିଷ୍ଠ ଶିକ୍ଷକ ସଂଘ

ନୂଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ କଲେ କନିଷ୍ଠ ଶିକ୍ଷକ ସଂଘ

0
WhatsApp Image 2025-03-21 at 1.20.25 PM

ସୁବର୍ଣ୍ଣପୁର —ଗତ ତା.6/03/2025 ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ( ବିଇଓ )ଭାବେ ଶ୍ରୀଯୁକ୍ତ ଅଶୋକ ରଞ୍ଜନ ମାଳି ଯୋଗ ଦେଇଛନ୍ତି ତେଣୁ ଓଡିଶା କନିଷ୍ଠ ଶିକ୍ଷକ ସଂଘ (2018) କଣ୍ଟାମାଳ ତରଫରୁ ସଂଘ ତରଫରୁ ସ୍ୱାଗତ କରାଯାଇଛି l ସଂଘ ର ସଭାପତି ଶ୍ରୀ ପ୍ରଣବ କୁମାର ବାଘ, ସମ୍ପାଦକ ଶ୍ରୀ ଶିବାନାଥ ପଣ୍ଡା ଙ୍କ ସହିତ ସମ୍ପାଦିକା ଶ୍ରୀମତୀ ଭାଗ୍ୟଶ୍ରୀ ବିଶ୍ୱାଳ କୋଷାଧ୍ୟକ୍ଷ ଶ୍ରୀ ଦେବ ପ୍ରସାଦ ସାହୁ, ଦୁଷ୍ମନ୍ତ ସାହୁ, ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନୂତନ ଭାବେ ଯୋଗ ଦେଇ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ ରଞ୍ଜନ ମାଳି ଙ୍କୁ ସ୍ୱାଗତ କରି ଥିଲେ ଏହି ଅବସରରେ
ନୂତନ ଭାବେ ନିୟମିତ ହୋଇ ଥିବା ଏହି ଶିକ୍ଷକ ମାନଙ୍କୁ ଶ୍ରୀ ମାଳି ଉତ୍ସାହିତ କରିବା ସହିତ ତାଙ୍କୁ ତାଙ୍କର ସେବା ପୁସ୍ତିକା ପ୍ରଦାନ କରି ଥିଲେ ଏବଂ ଶିକ୍ଷା ତଥା ଶିକ୍ଷାର୍ଥୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୁବ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବୁଝାଇ ଥିଲେ l ପରିଶେଷରେ ଯୋଗ ଦେବା ଦିନ ଠାରୁ ଶିକ୍ଷକ ମାନଂକର ସମସ୍ୟା କୁ ଆଖି ଆଗରେ ରଖି ସମାଧାନ ପ୍ରତି ଯତ୍ନ ଶୀଳ ଥିବାରୁ ଶ୍ରୀଯୁକ୍ତ ମାଳି ଙ୍କୁ ସଂଘ ତରଫରୁ ଶ୍ରୀ ଶିବନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *