March 18, 2026
Home » ନୂତନ ଏନ ଏ ସି ନିର୍ବାଚନରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଦାଵୀକଲା ମୂଳନିବାସୀ ବହୁଜନ ମିଳିତ ମହାସଂଘ

ନୂତନ ଏନ ଏ ସି ନିର୍ବାଚନରେ ଓବିସି ମାନଙ୍କ ପାଇଁ ସଂରକ୍ଷଣ ଦାଵୀକଲା ମୂଳନିବାସୀ ବହୁଜନ ମିଳିତ ମହାସଂଘ

0
WhatsApp Image 2026-03-17 at 6.07.04 PM

 

ଭବାନୀପାଟଣା: ଆଉ କିଛି ଦିନ ପରେ କଳାହାଣ୍ଡିରେ ନୂତନ ଭାବେ ଗଠନ ହୋଇଥିବା ଜୟପାଟଣା ଓ ନର୍ଲା ଏନ ଏ ସି ପାଇଁ ନିର୍ବାଚନ ହେବାକୁ ଵିଜ୍ଞାପନ ପ୍ରକାଶ ପାଇଛି।କାଉନସିଲର ପଦବୀ ପାଇଁ ସ୍ଥାନ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଛି।ହେଲେ ଦୁଃଖର କଥା ଏହି ତାଲିକାରେ ଓବିସି ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ନଥିବାରୁ ମୂଳନିବାସୀ ବହୁଜନ ମିଳିତ ମହାସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।ଉଭୟ ଜୟପାଟଣା ଓ ନର୍ଲା ଏନଏସି ଅଂଚଳରେ ଓବିସି ଭୋଟର ପଚାଶ ଶତକଡା ରୁ ଅଧିକ ରହିଥିବା ବେଳେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ନକରିବା, ଏହି ସମାଜ ପ୍ରତି ଏକ ଉପହାସ ଓ ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି କଳାହାଣ୍ଡି ଜିଲ୍ଲା ଓବିସି ମଞ୍ଚ ସଭାପତି ଡମ୍ବରୁଧର ଲହଜଲ, ମହାସଂଘ ର ରାଜ୍ୟ ଉପ ସଭାପତି ଲିଙ୍ଗରାଜ ଆଜାଦ, ଆଦିବାସୀ ନେତା ଧବଳେଶ୍ୱର ମାଝୀ ଆଦି ପ୍ରକାଶ କରିଛନ୍ତି।

କୌଣସି ବାହାନା ନଦେଖାଇ ଚଳିତ ସହରାଞ୍ଚଳ ନିର୍ବାଚନରେ ଓବିଶି ଆରକ୍ଷଣ ବ୍ୟବସ୍ଥା ଲାଗୁ କର, ଅନ୍ୟଥା ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ଜିଲ୍ଲା ସଭାପତି ସଚ୍ଚି ମହାକୁଡ଼, ଆବାହକ ଜଗଦୀଶ ଯାଦବ ନିଜ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବିଗତ ଦିନରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଚଳିତ ଜନଗଣନା ସମୟରେ ଜାତି ଆଧାରିତ ଜନଗଣନା କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆଶ୍ଚର୍ଯ୍ୟ ଭାବେ ବର୍ତମାନ ଏହି ଜନ ଗଣନାରେ ଓବିଶି ମାନଙ୍କ ଗଣତି ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।ଯାହା ଓବିସି ସମାଜ ର ବିନାଶ ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ମୂଳନୀବାସୀ ମହାସଂଘ ର ଉପଦେଷ୍ଟା ପ୍ରମୋଦ ହଂସ ଅଭିଯୋଗ କରିଛନ୍ତି। ଏଣୁ ଆସନ୍ତା ସହରାଞ୍ଚଳ ନିର୍ବାଚନ ରେ ଓବିଶସି ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଉ ଓ ଓଡିଶାରେ ସ୍ୱତନ୍ତ୍ର ଭାବେ ଓବିଶି ଜନଗଣନା କରାଯାଉ, ନଚେତଏସ ସି, ଏସ ଟି ଓ ଓବିସି ସମାଜ ତରଫରୁ ମିଳିତ ଭାବେ ବଡ଼ ଆନ୍ଦୋଳନ କରାଯିବ ବୋଲି ମହାସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ମତ ପ୍ରକାଶ କରିଛନ୍ତି। ଉପରୋକ୍ତ ଦୁଇଟି ଦାବୀ ନେଇଁ ମୂଳନୀବାସୀ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡାକେଶ୍ୱର ଲହଜଲ, ଓବିସି ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ଆଦିବାସୀ ନେତା ଡମ୍ବରୁ ଧର ମାଝୀ, ଜିଲ୍ଲା ସଭାପତି ସଚ୍ଚି ମହାକୁଡ଼,ସୁରେଶ ମାଝୀ, ଯତୀନ୍ଦ୍ର କର, ଗଙ୍ଗାଧର ଜାଲ, , ଆଦିତ୍ୟ ଯାଦବ, ଡାକେଶ୍ୱର ଲହଜଲ, ଅଗଷ୍ଟ ନାଏକ, କେଶବ ମେହେର, ପୃଥ୍ଵୀ ରାଜ ତାଣ୍ଡି, ଦୁର୍ଯ୍ୟୋଧନ ଠାକୁର ଆଦି କର୍ମକର୍ତ୍ତା ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *