ନୂତନ ଜିଲ୍ଲାପାଳଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ
ନୟାଗଡ : ନୟାଗଡ ନୂତନ ଜିଲ୍ଲାପାଳ ଆଇ ଏ ଏସ ମଧୁମିତା ରଥ ସନ୍ଧ୍ୟା ଘ ୫.୩୦ ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ କରିବା ସହିତ ନୟାଗଡ ଜିଲ୍ଲାବାସୀ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟରେ କହିଥିଲେ, ମୁଁ ଆଜି ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲି ।ଆମ ଜିଲ୍ଲା ଆମ ପାଇଁ ଗର୍ବ ।ଆମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମିଳିମିଶି ସକାରାତ୍ମକ ଚିନ୍ତାଧାରା ନେଇ କାମକଲେ ନିଶ୍ଚୟ ସଫଳ ହେବା

। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତି ଭୂମିର ବିକାଶ, ଜିଲ୍ଲାବାସୀଙ୍କ ଅଭିଯୋଗର ତ୍ୱରିତ ସମାଧାନ, ନୟାଗଡ ଟିମ ଭାବରେ ଜିଲ୍ଲା ପାଇଁ ଯାହା ଦରକାର, ଯେକୌଣସି ପ୍ରୋଜେକ୍ଟ ହେଉ ସ୍ବଚ୍ଛତା ଓ ସାଧୂତାର ସହିତ କରିଲେ ନିଶ୍ଚୟ ସଫଳ ହେବ ମୋର ବିଶ୍ବାସ ମୋର ଆଜି ପ୍ରଥମ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇ ଜିଲ୍ଲାର ବହୁତ ବିଷୟରେ ଜାଣି ଖୁସିହେଲି।ଅଭିଯୋଗ ଶୁଣାଣି ଶିବିରରେ ନୟାଗଡ ଟିମକୁ ଦେଖି ନୟାଗଡକୁ ଦେଖିଲି । ଯେଉଁ ଗାଆଁରେ ବିଜୁଳି ଆଲୋକ ନାହିଁ ସେହି ଗାଁକୁ ମୁଁ ମଧ୍ୟ ଯିବି ଓ ତାର ସମାଧାନ କରିବି ।ପୂର୍ବତନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ହୋଇଛି, ଯେଉଁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସେହି କାର୍ଯ୍ୟ ତ୍ଵରାନିତ କରାଯିବ।ମାଆ ଦକ୍ଷିଣକାଳୀଙ୍କ ବ୍ଲେସିଙ୍ଗିସ ଓ ଲଡ ଜଗନ୍ନାଥଙ୍କ ବ୍ଲେସିଙ୍ଗିସରେ ଆଗକୁ ଯିବା ଓ ଜିଲ୍ଲାର ଉନ୍ନତି ନିଶ୍ଚୟ ହେବ ମୋର ବିଶ୍ୱାସ ।ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସିନ ଥିଲେ ନୂତନ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
