ନୟାଗଡର ଆରାଧ୍ୟା ଦେବୀ”ମାଆ ଦକ୍ଷିଣକାଳୀ”ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 32768; cct_value: 6250; AI_Scene: (-1, -1); aec_lux: 146.65134; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 41;
ନୟାଗଡ଼: ନୟାଗଡ଼ ପୁରୁଣା ସହରରେ ବିଜେ ସର୍ବତ୍ର ବିଦିତ ଶ୍ରୀ ଶ୍ରୀ “ମାଆ ଦକ୍ଷିଣକାଳୀ” ଙ୍କ ତ୍ରୀଦିବସ ବ୍ୟାପୀ ଚାଲିଥିବା ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ବେଦଜ୍ଞ ବୈଦିକ ଆଚାର୍ଯ୍ୟ ମାନଙ୍କ ଦ୍ଵାରା ଘୃତ ଯଜ୍ଞ, ମନ୍ତ୍ର ଧ୍ବନିରେ ଓ ମହାମନ୍ତ୍ର ଧ୍ବନିରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ୨୬/୨ /୨୬ ତାରିଖରେ ସମାପନ ହୋଇଯାଇଛି ।୨୪/୨/୨୬ରେ ଅଙ୍କୁରାରୋପଣ ଓ ଅଧିବାସ, ୨୫/୨ରେ ସୂର୍ଯ୍ୟ ପୂଜା, ମନ୍ଦିର ସ୍ନାନ, ଅଗ୍ନି ସ୍ଥାପନ, ଚଣ୍ଡୀ ପାଠ ଓ ଆହୂତି ପ୍ରଦାନ ରୁ ୨୬/୨ ରେ ମନ୍ଦିର ପ୍ରତିଷ୍ଠା, ପାର୍ଶ୍ଵ ଦେବତା ପ୍ରତିଷ୍ଠା, ଦଧିନଉତି ପତାକା ବନ୍ଧା ଓ ପୂର୍ଣ୍ଣାହୁତି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ସମାପନ ହୋଇଅଛି ।

ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ ଦିବସରେ ସମସ୍ତ ମନ୍ଦିର ପ୍ରତିଷ୍ଠା ନୀତି କାନ୍ତି ସହ ହୋଇଥିଲାବେଳେ ନିକଟସ୍ଥ ସାଗର ପୋଖରୀରୁ ଜଳ ନେଇ କଳସଯାତ୍ରା ହୋଇଥିଲା । ସମସ୍ତ ଦେବନୀତି ଓ ବିଧିବିଧାନ ସହ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ବେଳେ ଯଜ୍ଞରେ ମୁଖ୍ୟ ଆଚାର୍ଯ୍ୟ ଭାବେ ପ୍ରଭାକର ମିଶ୍ର କାର୍ଯ୍ୟ ତୁଲାଇଥିଲେ। ମନ୍ଦିର ପରିଚାଳନା କମିଟି ସମ୍ପାଦକ କିଶାନ ଦାସ ଓ ତାଙ୍କ ସହଧର୍ମିଣୀ ସ୍ନେହାଞ୍ଜଳୀ ସିଂଦେଓ ହୋମ କାର୍ଯ୍ୟରେ କର୍ତ୍ତାକର୍ତ୍ତୀ ଭାବେ କାର୍ଯ୍ୟ ତୁଲାଇଥିଲେ ।

ମା’ଦକ୍ଷିଣକାଳୀଙ୍କ ନୂତନ ମନ୍ଦିରକୁ ଭରପୂର ଫୁଲରେ ସୁସଜ୍ଜିତ କରାଯାଇଥିଲା। ନାମ ସଂକୀର୍ତ୍ତନରେ ମନ୍ଦିରରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନେ ବିଭିନ୍ନ ଅଞ୍ଚଳରୁ ଆସି ମାଆଙ୍କ କୃପା ଲାଭ କରିଥିଲେ। ୫ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ମନ୍ଦିରର ପରିଚାଳନା କମିଟିର ମୁଖ୍ୟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଓ କିଶାନ ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ କମିଟି ସଭ୍ୟ ଓ ଭକ୍ତ ମାନଙ୍କ ଦ୍ଵାରା ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ପୂର୍ବ ଓଡ଼ିଶା ସରକାରଙ୍କ ୩ କୋଟି ୫୦ ହଜାର ଅନୁଦାନ ଅର୍ଥରେ ମନ୍ଦିରର ନବକଳେବର ସୈନ୍ଦର୍ଯ୍ୟକରଣ କାର୍ଯ ବଉଳମାଳା ପଥରରେ ମନ୍ଦିର ଓ ବେଢା କାର୍ଯ୍ୟ ନିର୍ମାଣ ହୋଇଅଛି ।ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଓଡ଼ିଶାର ବାଚସ୍ପତି ସୁରମା ପାଢୀଙ୍କ ସମେତ ବିଧାୟକ ଡଃ ଅରୁଣ କୁମାର ସାହୁ, ଓ ନୟାଗଡର ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
