December 3, 2025
Home » ନୟାଗଡ଼ରେ ବିଶ୍ୱ ଏଡ଼ସ ଦିବସ -୨୦୨୫ ଅନୁଷ୍ଠିତ

ନୟାଗଡ଼ରେ ବିଶ୍ୱ ଏଡ଼ସ ଦିବସ -୨୦୨୫ ଅନୁଷ୍ଠିତ

0
1000825509

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5125; AI_Scene: (-1, -1); aec_lux: 252.59538; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 39;

ନୟାଗଡ ସାରା ବିଶ୍ୱରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳନ ହେଉଥିବା ବେଳେ, ନୟାଗଡ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଡିସେମ୍ବର ୧ ତାରିଖକୁ ବିଶ୍ଵ ଏଡ଼ସ ଦିବସ ଭାବେ ପାଳନ କରାଯାଇଛି ।ଏହି ଉପଲକ୍ଷେ ମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ କାର୍ଯ୍ୟସୁଚୀ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ଵାବଧାନରେ ସକାଳ ଘ ୮.୩୦ ମିନଟ ସମୟରେ ରାଜେଶ କେଶରୀ ସ୍ୱାଇଁ, ତହସିଲଦାର, ନୟାଗଡ଼ ପତାକା ଦେଖାଇ ଏକ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ପଦଯାତ୍ରାରେ ଡା. ନୌଷଦ ଆଲି ଖାଁ(ADPHO,DC)ଡ଼ା ଶରତ କୁମାର ଦାସ (ADPHO,TB)ଡ଼ା ପ୍ରସନ୍ନ ପ୍ରସାଦ ସାହୁ (ବରିଷ୍ଟ ଚକ୍ଷୁ ବିଶେଷଜ୍ଞ) ଶ୍ରୀ ଅଶୋକ କୁମାର ସାହୁ (ADPHCO),କଳ୍ପନା ନାୟକ,(counsellor), ଦେବାଶିଷ ସିଂ (counsellor), ଏବଂ ଜିଲ୍ଲା ଏଡ଼ସ ସେଲ ର ସମସ୍ତ କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର/ଛାତ୍ରୀମାନେ ଯୋଗ ଦେଇଥିଲେ ।ଏହି ପଦଯାତ୍ରା ପ୍ରଚାର ପତ୍ର ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବାହାରି ନୟାଗଡ଼ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ଗୋଲେଇ ଛକ ଠାରେ ପହଞ୍ଚି ଥିଲା ।ସେଠାରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଅଗ୍ରଦୁତ ନର୍ସିଂ ସ୍କୁଲର ଛାତ୍ର ଏବଂ ଛାତ୍ରୀ ମାନଙ୍କ ଦ୍ୱାରା ଏକ କ୍ଷୁଦ୍ର ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।ତାପରେ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସମାପ୍ତି ହୋଇଥିଲା ।

               ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଘ ୧୧ .୩୦ ଘଟିକା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ପୁଷ୍ପା ନିଳୀମା ଲାକ୍ରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ବିଜୟାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ),ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡା ନୌଷଦ ଅଲ୍ଲୀ ଖାଁ (ADPHO DC),ଡ଼ା ଶରତ କୁମାର ଦାସ(ADPHO TB) ଯୋଗ ଦେଇଥିଲେ ।

ନିମନ୍ତ୍ରିତ ହୋଇଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଜିଲ୍ଲା ମୁଖ୍ୟାଳୟର କର୍ମଚାରି ଓ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ର/ଛାତ୍ରୀ ମାନଙ୍କ ଉପସ୍ଥିତରେ ଅତିଥିମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୁଷ୍ପ ଧୂପ ଅର୍ପଣ ପରେ, ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅତିଥିମାନେ ।ଉକ୍ତ ସଭାରେ ଉପସ୍ଥିତ ଥିବା ନିମନ୍ତ୍ରିତ ଅତିଥିମାନେ ନିଜନିଜର ବକ୍ତବ୍ୟରେ ଏଚଆଇଭି ଏବଂ ଏଡ଼ସର ଭୟାବହତା ଓ ଆମ ଦେଶରୁ କିପରି ଏଚଆଇଭି ଓ ଏଡ଼ସ ଦୂରେଇ ଦେବା ସହିତ ଏକ ସୁସ୍ଥ ସମାଜ ପ୍ରତିଷ୍ଠା ହୋଇପାରିବ, ସେ ବିଷୟରେ ସଚେତନ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇ ସଚେତନ କରିବା ଅତି ଜରୁରୀ ବୋଲି କହିଥିଲେ ।ଉକ୍ତ ସଭାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଅଶୋକ କୁମାର ସାହୁ (ଏଡିପିଏଚସିଓ) ପରିଚାଳନା କରିଥିଲେ ଓ ଧନ୍ୟବାଦ ଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *