December 20, 2025
Home » ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା

ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା

0
unnamed (3)
 ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ନୟାଗଡ଼ର ବୁଦ୍ଧିଜୀବି ଓ ସାମ୍ବାଦିକମାନଙ୍କ ଉପସ୍ଥିତିରେ ନୟାଗଡ଼ ସଦର ମହକୁମାରେ ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ପ୍ଲାକାର୍ଡ ମାଧ୍ୟମରେ ପ୍ରତୀକାତ୍ମକ ସଚେତନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ସମାଜସେବୀ ଗୋଦାବରୀଶ ସାହୁ, ଆଇନଜୀବୀ ମନୋଜ ସାହୁ, ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ସାମ୍ବାଦିକ ରାମକୃଷ୍ଣ ରଥ, ଛାତ୍ର ସଂଗଠକ ଶିବରଂଜନ ସାହୁ ପ୍ରମୁଖ ନୟାଗଡ଼ ସଦର ମହକୁମାରେ ନୟାଗଡ଼ ମେଡିକାଲ କଲେଜର ପ୍ରତିଷ୍ଠା କଣ ପାଇଁ ଆବଶ୍ୟକ ସେ ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ନୟାଗଡ଼ ସଦର ମହକୁମାରୁ ଯେଉଁଭଳି ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଚାନ୍ଦପୁରଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଚକ୍ରାନ୍ତ ଚାଲିଛି, ତାହା ଚିନ୍ତାଜନକ। ଭୌଗଳିକ ଦୃଷ୍ଟିକୋଣରୁ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ହେଲେ ନୟାଗଡ଼ର ଆଠ ଗୋଟି ବ୍ଲକର ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ। ସରକାରୀ ଘୋଷଣା ଅନୁଯାୟୀ ମେଡିକାଲ କଲେଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ତା ଆଖପାଖରେ କରିବା ନେଇ ନିୟମ ରହିଅଛି। କିନ୍ତୁ ନୟାଗଡ଼ର ଏକ କୋଣରେ ଥିବା ଚାନ୍ଦପୁରରେ ମେଡିକାଲ କଲେଜ ହେଲେ ନୟାଗଡ଼ ଲୋକ ସ୍ୱାସ୍ଥ୍ୟସେବା ପାଇବାକୁ ଅସମର୍ଥ ହେବେ, ତାହା କେବଳ ଗୋଟିଏ ବ୍ଲକ ଲାଭବାନ ହେବ, ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଲୋକମାନେ ଉପକୃତ ହେବେ, ନୟାଗଡ଼ିଆ ସେହିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇରହିବେ। ସରକାରକୁ ସଚେତନ କରିବାକୁ ଯାଇ ଜୟ ନୟାଗଡ଼ ଫାଉଣ୍ଡେସନର ଏହି କାର୍ଯ୍ୟକୁ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବି, ଆଇନଜୀବି, ସିବିଲ ସୋସାଇଟି, ସିନିଅର ସିଟିଜେନ କ୍ଲବ, ଜିଲ୍ଲା ସାମ୍ବାଦିକ ସଙ୍ଘ ଭଳି ଜିଲ୍ଲାର ଅଗ୍ରଣୀ ସଂଗଠନମାନେ ସମର୍ଥନ କରିଅଛନ୍ତି। ସର୍ବଶେଷରେ ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ସମସ୍ତ ଉପସ୍ଥିତ ନୟାଗଡ଼ିଆ, ସମ୍ବାଦିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ କୁମାର ସାହୁ, ମଲ୍ଲିକ ମହମ୍ମଦ ମୁବାସିର, ଜୀବନ ଜ୍ୟୋତିପ୍ରକାଶ, ଓଁ ପ୍ରସାଦ ପ୍ରଧାନ, ପ୍ରତ୍ୟୁଷ କୁମାର ସାହୁ, ଶୁଭମ କୁମାର ସଲ, ରାକେଶ କୁମାର ସିଠ ପ୍ରମୁଖ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *