February 10, 2026
Home » ନୟାଗଡ଼ ଜିଲ୍ଲାପରିଷଦ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କଲେ ଲଗ୍ନଜିତ ରାଉତ

ନୟାଗଡ଼ ଜିଲ୍ଲାପରିଷଦ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କଲେ ଲଗ୍ନଜିତ ରାଉତ

0
IMG_20250115_095127

ନୟାଗଡ଼ : କିଛି ଦିନ ଅପେକ୍ଷାର ଅନ୍ତଘଟାଇ ଲଗ୍ନଜିତ ରାଉତ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି । ଶ୍ରୀ ରାଉତ ଅତୀତରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ବିଡ଼ିଓ ଥିଲେ ।ପରବର୍ତ୍ତୀ ସମୟରେ ନୟାଗଡ଼ର ଉପଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟକରି ସୁନାମ ଅର୍ଜନ କରି ଜନସାଧାରଣଙ୍କର ପ୍ରିୟ ହୋଇପାରିଥିଲେ । ଲଗ୍ନଜିତ ରାଉତ ବର୍ତମାନ ନୟାଗଡ଼ରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କରିଥିବାରୁ ନୟାଗଡ଼ର ଜନସାଧାରଣ ଖୁସି ଥିବାବେଳେ ଜିଲ୍ଲାର ଉନ୍ନତି ହେବ ବୋଲି ବହୁତ ଆଶା ରଖିଛନ୍ତି ।ଏଠାରେ ଦାୟୀତ୍ବ ନେବା ପୂର୍ବରୁ ଶ୍ରୀ ରାଉତ କୋରାପୁଟରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *