ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ମାନବାଧିକାର ଦିବସ ପାଳିତ
ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ତ୍ୱାବଧାନରେ, ଖୁଣ୍ଟୁବନ୍ଧ ସ୍ଥିତ ନୟାଗଡ଼ ହାଜତ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ମାନବାଧିକାର ଦିବସ ପାଳନ ହୋଇଯାଇଅଛି । ସର୍ବପ୍ରଥମେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ପବନ କୁମାର ବେହେରା ଅତିଥ୍ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥ୍ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ କରି ମାନବାଧିକାର ଦିବସ ପାଳନର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ।

ସମ୍ମାନୀତ ଅତିଥୁ ରୂପେ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ବାଇଁ ଓ ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଆଇନଜୀବି କାମାକ୍ଷା ପ୍ରସାଦ ଦାସ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ କନସିଲେଟର କ୍ଷଣପ୍ରଭା କର କବିତା ମାଧ୍ୟମରେ ଏହି ଦିବାସର ଉପଯୋଗୀତା ଉପରେ ମତ ରଖୁଥିଲେ । ଏହି ଦିବସ ଅବସରରେ ହାଜତ ମଧ୍ୟରେ ଥିବା କଏଦୀ ମାନଙ୍କ ମଧ୍ୟରେ ଅନେକ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା । ଶେଷରେ ଜେଲ ସୁପରିଟେନଡେଣ୍ଟ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯକ୍ରମକୁ ସଫଳୀକୃତ କରିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ, ଅଧିକାର ମିତ୍ର ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
