ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
।
ନୟାଗଡ : ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଜିଲ୍ଲା କୋର୍ଟ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ବହୁ ଆଡମ୍ବର ସହ ପାଳନ ହୋଇଯାଇଅଛି । ସର୍ବପ୍ରଥମେ ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ, ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ କରି “ମହିଳା ସମ୍ମାନର ତତ୍ଵ , ମହିଳାଙ୍କ ଉପରେ ଦୃଢ ଆସ୍ଥା , ତ୍ଵରାନୀତ ପ୍ରଗତି” ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଉପରୋକ୍ତ ସମସ୍ୟା ଓ ଆଇନଗତ ସହାୟତା ପାଇବା ପାଇଁ ସଠିକ ଦିଗ୍ଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଯୋଗଦେଇ ମହିଳାଙ୍କ ସୁରକ୍ଷା ଏବଂ ପ୍ରଗତୀ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏତତବ୍ୟତୀତ ।ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ତଥା ପୋସ୍କୋ ବିଚାରପତି ଶ୍ରୀ ମାନସ କୁମାର ପଣ୍ଡା, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା, ସିଭିଲ କୋର୍ଟ ରେଜିଷ୍ଟ୍ରାର ସୋନାଲୀ ସରିତା, ଜେ ଏମ ଏଫ ସି ଶୁଶ୍ରିତା ମିଶ୍ର, ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଶ୍ରୀ ଭବେଶ କୁମାର ନାୟକ, ବରିଷ୍ଠ ଆଇନଜୀବୀ ଶ୍ରୀ ଦଣ୍ଡପାଣି ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଆରକ୍ଷୀ ଅଧିକାରୀଙ୍କ ପ୍ରତିନିଧି ଏବଂ ସମର୍ପଣ ବୃଦ୍ଧଆଶ୍ରମର ସଭାପତି ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ଉଦେଶ୍ୟରେ ନିଜ ନିଜର ଉପସ୍ଥାପନ କରିଥିଲେ ।

ମହିଳା ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯକ୍ରମ କରାଯାଇଥିଲା । ଉକ୍ତ କାର୍ଯକ୍ରମକୁ ସଫଳୀକୃତ କରିବା ପାଇଁ ଜିଲ୍ଲା ଆଇନଜୀବି ସଂଘର ସଦସ୍ୟ, କୋର୍ଟର ସମସ୍ତ ବର୍ଗର କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ, ନ୍ୟାୟ ଅଧିକାର ମିତ୍ର, ନୟାଗଡ଼ ମହିଳା ମହାବିଦ୍ୟାଳୟର ଛାତ୍ରୀ, ସେବା ଏବଂ ସମର୍ପଣ ର ଅନ୍ତେବାସୀ ମାନେ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଏଥି ସହିତ 90 ବୟସ୍କା ବୃଦ୍ଧା ଶ୍ରୀମତୀ ଶୈଳବାଳା ଦାସ ଏହି ଦିବସରେ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆଜିର ନାରୀ ସମାଜ ପାଇଁ ବିଭିନ୍ନ ବିଭିନ୍ନ ଦିଗଦର୍ଶନ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଏହି ଦିବସରେ ଉପସ୍ଥିତ ଥିବା ସମସ୍ତ ମହିଳା ମାନଙ୍କୁ ବିଚାରପତି ମାନଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥଲା।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
