October 23, 2025
Home » ନୟାଗଡ଼ ଜିଲ୍ଲା ପୁଲିସରେ ୧୧ ଏସ୍‌ଆଇ  ଇନ୍ସପେକ୍ଟର ପାହ୍ୟାକୁ  ପଦୋନ୍ନତି

ନୟାଗଡ଼ ଜିଲ୍ଲା ପୁଲିସରେ ୧୧ ଏସ୍‌ଆଇ  ଇନ୍ସପେକ୍ଟର ପାହ୍ୟାକୁ  ପଦୋନ୍ନତି

0
WhatsApp Image 2025-10-13 at 3.32.16 PM
ନୟାଗଡ଼:ନୟାଗଡ଼ ଜିଲ୍ଲା ପୁଲିସର ଏସଆଇ ସ୍ତରରେ ଏକ ବଡ଼ ଧରଣର ପଦୋନ୍ନତି ତାଲିକା ପ୍ରକାଶ ପାଇଛି।ଯାହା ଜଣାପଡିଛି ଜିଲ୍ଲାର କାର୍ଯ୍ୟରତ ୧୧ ଜଣ ଏସ୍‌ ଆଇ ଇନ୍ସପେକ୍ଟର ସ୍ତରକୁ ପଦୋନ୍ନତି ପାଇଛନ୍ତି ।  ଏହି ପଦୋନ୍ନତି ତାଲିକାରେ ନିକଟରେ ୪୨୭ ଜଣ ଏସ୍‌ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ।
ଏହି ପଦୋନ୍ନତି ତାଲିକାରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ ଜଣ ଏସ୍‌ଆଇଙ୍କ ନାମ  ରହିଛି। ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ା, ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ଏସ୍‌ଆଇ ଶିବାରଞ୍ଜନ ସିଙ୍ଗା,ରାଜସୁନାଖଳା ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ପ୍ରୀତିପ୍ରକାଶ ମହାନ୍ତି, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଶ୍ରଦ୍ଧା ନାୟକ, ରଣପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସ୍ନେହଲତା ପ୍ରଧାନ, ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଏସଆଇ ସନ୍ତୋଷ କୁମାର ଦାଶ, ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଏସ୍‌ଆଇ ବିନୟ ରଞ୍ଜନ ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ କୃତିବାସ ହରିଚନ୍ଦନ, ମହିପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ବିରଞ୍ଚି ନାରାୟଣ ଅମାତ, ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଗୋପବନ୍ଧୁ ମଲ୍ଲିକ ପ୍ରମୁଖ ଇନ୍ସପେକ୍ଟର ପାହ୍ୟାକୁ  ପଦୋନ୍ନତି ହୋଇଥିବା ସୂଚନା ମିଳିଛି |
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *