ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷୀ ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା – ୨୦୨୫ ଉଦଘାଟିତ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: HDR ; sceneMode: 2; cct_value: 6200; AI_Scene: (-1, -1); aec_lux: 247.98691; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 32;
।
ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ ମେଳା କୃଷି ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା -୨୦୨୫ ଉଦଘାଟିତ ହୋଇଯାଇଛି। ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିଥିମାନେ ନୟାଗଡ଼ ଜିଲ୍ଲାର ଚାରି ଗଡ଼ଜାତର ଗରିମାମୟ ଇତିହାସ ଉଜ୍ଜ୍ୱଳ ଓ ଏହାର ସାଂସ୍କୃତିକ ରୂପ ବିଭବ ଅନନ୍ୟ ବୋଲି କହିବା ସହିତ ବୀରସୂରୀମାନଙ୍କ ଗୈ।ରବ ଗାଥା ଏମାଟିକୁ ପବିତ୍ର କରିଛି ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,କହିଥିଲେ ନୟାଗଡ ଜିଲ୍ଲାର ଉନ୍ନତି ପାଇଁ ୪ବିଧାୟକ ଓ ୩ ସାଂସଦ ସହିତ ମୁଁ ମଧ୍ୟ ଯୋଡ଼ି ହେଲି ଓ ମୁଁ ଆଜି ପର୍ଯ୍ୟନ୍ତ ଯେତେ ମହୋତ୍ସବ ଦେଖିଛି, ସବୁଠାରୁ ନୟାଗଡ ମହୋତ୍ସବ ମୋତେ ବହୁତ ଭଲ ଲାଗିଲା ।

ପୁରୀ ସାଂସଦ ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ଏସପି ଏସ.ସୁଶ୍ରୀ ପ୍ରମୁଖ ଯୋଗଦେଇ ନୟାଗଡ଼ର ବିକାଶର କଥା କହିଥିଲେ।ନୟାଗଡ ବନ୍ଦନା ପରେ ପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ବେଳେ ପଲଟିକାଲ ସର୍କସର ବ୍ୟଙ୍ଗକାର ଜ୍ଞାନ ହୋତା, ସତ୍ୟାନାଶ, ରବୀନ୍ଦ୍ର ରାଉତ, କୁଳାଙ୍ଗାର, ବ୍ରଜ ସୁବୁଦ୍ଧି, ବିଭୁ ମିଶ୍ର, ଓ ଗିରିଶ ରଞ୍ଜନ ସାହୁ ଦର୍ଶକମାନଙ୍କୁ ହସେଇ ମଜେଇ ବିଭୋର କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
