December 3, 2025
Home » ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା -୨୦୨୫ ପ୍ରସ୍ତୁତି ବୈଠକ

ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା -୨୦୨୫ ପ୍ରସ୍ତୁତି ବୈଠକ

0
unnamed
ନୟାଗଡ:  ନୟାଗଡ ଅପରାହ୍ନ ୪.୦୦ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ସଭାଗୃହ (ସୃଜନ) ଠାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସଭାପତିତ୍ବରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ, ନୟାଗଡ଼ ଡଃ ଅରୁଣ କୁମାର ସାହୁ/ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ/ମାନ୍ୟବର ବିଧାୟକ , ଦଶପଲ୍ଲା, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା /ସମ୍ମାନୀୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ/ଜିଲ୍ଲାପାଳ, / ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, /ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ରୋଜିନା ଦାସ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଜୟାନନ୍ଦ ନାୟକ/ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ/ଉପ-ଜିଲ୍ଲାପାଳ, କର୍ଣଦେଵ ସମାଦାର ,ଆଡ଼ିଶିନାଲ ଏସ ପି ସୁବାଷ ଚନ୍ଦ୍ର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।ଏବର୍ଷ ନୟାଗଡ଼ ଜିଲ୍ଲା ମହୋତ୍ସବ ଡିସେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇ ୨୮ପାଞ୍ଚ ଦିନ ଧରି ନୟାଗଡ଼ ‌ଷ୍ଟାଡିଅମ ରେ ଚାଲୁ ରହିବ ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସ୍ୱାଗତ ଭାଷଣ ରଖିଥିଲେ। ପୁର୍ଵ‌ବର୍ଷର ପ୍ରୋସିଡିଙ୍ଗ ଉପସ୍ଥାପନା କରିଥିଲେ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଲଗ୍ନଜିତ ରାଉତ। ସମସ୍ତ କମିଟି ବିଷୟରେ ଆଲୋଚନା କରାଯାଇଥିଲା । ଏହାକୁ କିପରି ‌ସରଶ ସୁନ୍ଦର କରାଯାଇପାରିବ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା। ବୈଠକରେ ଉପସ୍ଥିତ ବିଭିନ୍ନ ମତାମତ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ କାର୍ଯ୍ୟକାରୀ କରିବାକୁ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଗତବର୍ଷ ମହୋତ୍ସବର ଯେଉଁ କମିଟି ହୋଇଥିଲା ,କିଛି କମିଟିର ସଭ୍ୟମାନଙ୍କ ସହିତ କୌଣସି ପରାମର୍ଶ କିମ୍ବା ଆଲୋଚନାରେ ସମ୍ପୁକ୍ତ କରାଯାଇନଥିବାରୁ ,ଓ ଆଜିର ବୈଠକ ବିଷୟରେ ଅଧିକାଂଶ ବୁଦ୍ଧିଜୀବି ଜାଣିନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ମାନ୍ୟବର ବିଧାୟକ ନୟାଗଡ଼ କହିଲେ ଜିଲ୍ଲା ‌ ମହୋତ୍ସବ ରେ ବିଭିନ୍ନ କମିଟିର ସଦସ୍ୟ ମାନଙ୍କ ସହିତ ପରାମର୍ଶ ଓ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।ସେହିପରି ମାନ୍ୟବର ବିଧାୟକ, ଦଶପଲ୍ଲା ଭାଇଚାରାର ମହୋତ୍ସବ ହେଉଛି ଜିଲ୍ଲା ମହୋତ୍ସବ ‌ବୋଲି ମତବ୍ୟକ୍ତ କରିଥିଲେ। ମାନ୍ୟବର ବିଧାୟକ, ଖଣ୍ଡପଡ଼ା ମଧ୍ୟ ସହଯୋଗ ପୁର୍ଣ୍ଣ ମାତ୍ରା ରେ ରହିବ ‌ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନନୀୟ ଜିଲ୍ଲାପାଳ ସମସ୍ତଙ୍କ ସହାୟତାରେ ପୁର୍ବ ବର୍ଷ ଭଲ ହୋଇଥିଲା ଏବର୍ଷ ଆହୁରି ଭଲ ଭାବେ ମହୋତ୍ସବ ହେବ ବୋଲି ବକ୍ତବ୍ୟରେ କହିଥିବାବେଳେ , ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ/ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା ସାହୁ କହିଥିଲେ ୨୦ ତାରିଖରେ ଠିକ୍ ହେଲା ୨୧ /୧୧ /୨୫ତାରିଖରେ ବୈଠକ ଡକିବା ପାଇଁ , ତେଣୁ କିଛି ସଭ୍ୟଙ୍କ ପାଖରେ ଖବର ପାଇବାରେ ବିଳମ୍ୱ ଯୋଗୁଁ ଆସିପାରିନାହାନ୍ତି ।ଆସନ୍ତା କମିଟି ବୈଠକକୁ ସଭ୍ୟମାନଙ୍କୁ ଡକାଯିବ ଓ ପରାମର୍ଶ ନିଆଯିବ ।ଶେଷରେ ସଂସ୍କୃତି ଅଧିକାରୀ ସୁଜାତା ସାହୁ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକ ଶେଷ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *