October 23, 2025
Home » ନୟାଗଡ଼ ପୋଲିସର ବଡ଼ ସଫଳତା : ୩ଟି ମଦ ଦୋକାନରୁ ଚୋରି ଘଟଣାରେ ୭ ଗିରଫ

ନୟାଗଡ଼ ପୋଲିସର ବଡ଼ ସଫଳତା : ୩ଟି ମଦ ଦୋକାନରୁ ଚୋରି ଘଟଣାରେ ୭ ଗିରଫ

0
WhatsApp Image 2025-10-18 at 1.26.14 PM (1)

 

ନୟାଗଡ଼: ନୟାଗଡ଼ ପୋଲିସକୁ ମିଳିଥିବା ବଡ଼ ସଫଳତା ଓଡ଼ଗାଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ।ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଞ୍ଚଳର ୩ଟି ଭିନ୍ନ ଭିନ୍ନ ମଦ ଦୋକାନରୁ ଚୋରିକରି ପୋଲିସକୁ ଚକମା ଦେଖାଇ ବାରମ୍ବାର ଘଟଣା ଘଟାଇ ଚାଲିଥିବା ୭ ଅଭିଯୁକ୍ତଙ୍କୁ ଓଡ଼ଗାଁ ପୋଲିସ ଗିରଫ କରିଛି । ୩ଟି ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ଗିରଫ କରିଥିବା ଅଭିଯୁକ୍ତ ମାନଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ସମେତ ଗୋଟିଏ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାର,୪ ଗୋଟି ମଟର ସାଇକେଲ,୯ ଗୋଟି ସ୍ମାର୍ଟ ଫୋନ,୨ ଗୋଟି ସାଧା ଫୋନ,କଟୁରୀ ଓ ପେଚକସ ଜବତ ହୋଇଥିବା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ ।ଚୋରି କରିଥିବା ମଦ ଦୋକାନ ଗୁଡ଼ିକ ଯଥା -ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାପିଠା ସରକାରୀ ଠିପି ଖୋଲା ବିୟର ବାର,ଅପର ପାଶ୍ୱର୍ରେ ଥିବା ସିନେମାହଲ ନିକଟବର୍ତ୍ତୀ ଠିପି ବନ୍ଦ ସରକାରୀ ମଦ ଦୋକାନ ଓ ବାଘୁଆ ସରକାରୀ ମଦ ଦୋକାନ ।ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୭ ଅଭିଯୁକ୍ତକୁ ସିସିଟିଭି ଫୁଟେଜ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଓଡ଼ଗାଁ ପୋଲିସ ଗଞ୍ଜାମ ଓ ଭଞ୍ଜନଗର ପୋଲିସ ସହାୟତାରେ ଗିରଫ କରି ବଡ଼ ସଫଳତା ପାଇଛି ।ଗିରଫ ସମସ୍ତ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅରଖପୁରର ଚିତ୍ରସେନ ଜେନା(୨୨),ହିଞ୍ଜିଳିକାଟୁ ବୁରୁପଡ଼ାର ବାବୁଲା ଦଳେଇ(୨୧) ,ଅନ୍ୟମାନେ ହେଲେ କୋଦଳର ରଞ୍ଜନ ରାଉଳ(୨୬),ଅରୁଣପୁରର ଶଙ୍କର ମହାରଣା, ଆରଖପୁରର ନାରାୟଣ ଜେନା(୨୭), ପୋଚରମୁଣ୍ଡିର ଶିଶିର ସ୍ୱାଇଁ(୨୭), କୋଦାଳର କିଶନ ପାଣ୍ଡି (୨୩)।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *