ନୟାଗଡ଼ ବିଜେପିର ମିଶ୍ରଣ ପର୍ବରେ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ
ନୟାଗଡ଼ : ଭାରତୀୟ ଜନତା ପାର୍ଟି, ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତ୍ରୀ ତଥା ନୟାଗଡ଼ର ରାଣୀ’ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ନେତୃତ୍ଵରେ “ମିଶ୍ରଣ ପର୍ବ” କଳିକାପ୍ରସାଦ ନାଗମୁଣ୍ଡଳି ମଧୁକେଶ ଶୈବପୀଠ ଓ ମା’ ମଙ୍ଗଳା ପୀଠ, କେନ୍ଦୁଢିପିରେ ଅନୁଷ୍ଠିତ ହୋଇଯାଇଅଛି । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭରତାୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ନୟାଗଡରେ ରାଣୀ’ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ନେତୃତ୍ଵ ଉପରେ ଭରଷା ତଥା ଆସ୍ଥା ରଖି ନବଘନପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନେତା କବିରାଜ ସାହୁ ଓ ତାଙ୍କର ସମର୍ଥକ, ଚଣ୍ଡୀବସ୍ତର ଭାନୁଜା ବିଶ୍ଵାଳ, କାଳିକାପ୍ରସାଦ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମ ସଭାପତି ସମେତ ପାଖାପାଖି ୫୦୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଓ କେନ୍ଦୁଢିପି ଗ୍ରାମ ପଂଚାୟତର ୱାର୍ଡମେମ୍ବର ସମେତ ପ୍ରାୟ ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା ବିଜୁ ଜନତା ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଅଛନ୍ତି ।

ବିଜୁ ଜନତା ଦଳର ଗଡ ବୋଲି ଜଣାଶୁଣା କାଳିକାପ୍ରସାଦ ଓ କେନ୍ଦୁଢିପି ବିଜେଡି ଶୂନ୍ୟ ହୋଇପାରିଅଛି । ଉକ୍ତ ମିଶ୍ରଣ ସଭା ନୂତନ କରି ମିଶିଥିବା ବରିଷ୍ଠ ନେତାମାନେ ରାଣୀ’ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ବଳିଷ୍ଠ ନେତୃତ୍ଵକୁ ଭୂୟଶୀ ପ୍ରସଂଶା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାନସଭା ମଣ୍ଡଳୀର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି ଓ ସ୍ଥାନୀୟ ନେତୃତ୍ଵ ଉପସ୍ଥିତ ରହିଥିଲେ । ରାଣୀ’ ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ସମସ୍ତ ନୂତନ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ନେତା ଏବଂ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଦେଇ ସମ୍ମାନିତ କରି ଦଳରେ ମିଶାଇବା ସହ ଆପଣମାନଙ୍କ ସହଯୋଗ ନୟାଗଡ଼କୁ ସଶକ୍ତ ଓ ଶ୍ରେଷ୍ଠ ଭାବେ ଗଢି ତୋଳିବା ନିମନ୍ତେ ବଳ ପ୍ରଦାନ କରିବ ବୋଲି ଉଦବୋଧନ ଦେଇଥିଲେ ।
ଇପିଏରୁ ଗୋକୁଳ କୁମାର ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନୟାଗଡ଼
