February 3, 2026
Home » ନୟାଗଡ ଜିଲ୍ଲା ଡାକ୍ତର ସଂଘ ଆନ୍ଦୋଳନ ତୀବ୍ରତର କରିବା ପାଇଁ ସାମ୍ବାଦିକ ସମ୍ମିଳନୀ

ନୟାଗଡ ଜିଲ୍ଲା ଡାକ୍ତର ସଂଘ ଆନ୍ଦୋଳନ ତୀବ୍ରତର କରିବା ପାଇଁ ସାମ୍ବାଦିକ ସମ୍ମିଳନୀ

0
unnamed (1)
ନୟାଗଡ ରାଜ୍ୟ ଡାକ୍ତର ସଂଘ (OMSA) ନିର୍ଦ୍ଦେଶରେ ସାରା ରାଜ୍ୟରେ ଡାକ୍ତରମାନେ କଳା ପୋଷାକ ପରିଧାନକରି ଆନ୍ଦୋଳନରେ ବ୍ରତୀ ଥିବାବେଳେ ନୟାଗଡ ଜିଲ୍ଲା ଡାକ୍ତର ସଂଘ ଶାଖାର ଡାକ୍ତରମାନେ ମଧ୍ୟ କଳା ପୋଷାକ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବରେ ସେମାନଙ୍କର ୧୩ ଦଫା ଦାବୀ ନେଇ ଆନ୍ଦୋଳନ ଜାରି ରଖିଥିବାବେଳେ, ସରକାର କର୍ଣ୍ଣପାତ କରୁନାହାନ୍ତି ।ତେଣୁ ରାଜ୍ୟ ସଂଘର ନିର୍ଦ୍ଦେଶରେ ଆଗକୁ ଆନ୍ଦୋଳନ ତୀବ୍ରତର କରିବାପାଇଁ, ଜିଲ୍ଲା ଶାଖା ମାନଙ୍କୁ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଡାକି ସାମ୍ବାଦିକ ସମ୍ମିଳନୀ କରିବା, ଡାକ୍ତର ମାନଙ୍କର ଦାବୀ ଗୁଡ଼ିକ ଜଣାଇବା ସଙ୍ଗେ ସଙ୍ଗେ, ସରକାରଙ୍କର ଦୃଷ୍ଟି ଆକର୍ଷଣ ଓ ଜିଲ୍ଲା ସ୍ତରରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବା ଏବଂ ସାମ୍ବାଦିକ ମାନଙ୍କ ସହଯୋଗ କାମନା ପାଇଁ ଅନୁରୋଡ କରିଥିଲେ, ଜିଲ୍ଲା ଶାଖାର ସଭାପତି, ଡ.ବି ସୂର୍ଯ୍ୟ ରାଓ ଓ ସମ୍ପାଦକ ପ୍ରଦୀପ କୁମାର ପାଇକରାୟ ।ସଂପାଦକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି, ଓମ୍ସାର କେବଳ ଦୁଇଟି ପନ୍ଥା ୧-ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନେବେ,ନଚେତ୍ ଓମ୍ସା ତାର ଆନ୍ଦୋଳନକୁ ତୀବ୍ରତର କରି ସରକାରଙ୍କୁ ଅସହୋଯୋଗ କରିବ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *