ନୟାଗଡ ଜିଲ୍ଲା ସରକାରୀ ଓକିଲ ମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର
ନୟାଗଡ: ନୟାଗଡ ଜିଲ୍ଲା ସରକାରୀ ଓକିଲ ମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ନୟାଗଡ ପୋଲିସି ଟ୍ରେନିଂ ସ୍କୁଲର ସମ୍ମିଳନୀ କକ୍ଷରେ ଉଜାପିତ ହୋଇଯାଇଛି । ପ୍ରଥମ ଦିବସରେ ମୁଖ୍ୟ ଅତିଥ୍ ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ସହିତ ସରକାରୀ ଓକିଲ ମାନଙ୍କୁ ପ୍ରଶିକ୍ଷଣ ଶିବିରର ଉପାଦେୟତା ଉପରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଅଜିତ କୁମାର ପଟ୍ଟନାୟକ ଯୁଗ୍ମ ନିର୍ଦେଶକ, ସାଧାରଣ ଆଭିଯୋଜନ ନିର୍ଦେଶାଳୟ ଭୁବନେଶ୍ଵର ନୂତନ ଫୌଜଦାରୀ ଆଇନ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉପନିର୍ଦେଶକ ନଳିନୀ କାନ୍ତ ମହାରଣା ପୀଡିତା ସମ୍ପର୍କିତ ଆଇନି ଉପରେ, ଅବସର ପ୍ରାପ୍ତ ଉପ ନିର୍ଦେଶକ ପ୍ରଦୀପ ଦାଶ ଫୌଜଦାରୀ ମାମଲା ପରିଚାଳନା ଉପରେ, ପୂର୍ବତନ ସରକାରୀ ଅଭିଯୋଜକ ତଥା ବରିଷ୍ଠ ଓକିଲ ବିପିନ କୁମାର ଧଳ ସାକ୍ଷ୍ଯ ପରିଚାଳନା ଉପରେ, ଓ ସରକାରୀ ଅଭିଯାଜକ (ପି.ପି.) ରାକେଶ କୁମାର ପୋଥାଲ ନୂତନ ଆଇନର କାର୍ଯ୍ୟକାରିତା ଉପରେ ବିଶ୍ବତ ଭାବେ ବର୍ଣ୍ଣନା କରିଥିଲେ ।

ଦ୍ଵିତୀୟ ଦିବସରେ ଜିଲ୍ଲା ସାଇଣ୍ଟିଫିକ ଅଫିସର ଲକ୍ଷ୍ମୀଧର ନାୟକ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ଉପରେ, ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପୁରୀର ପ୍ରଫେସର ଡାକ୍ତର ଅମରେନ୍ଦ୍ର ନାୟକ ମେଡିକାଲ ତଥ୍ୟ ପ୍ରମାଣ ଉପରେ ବିଶ୍ବତ ଆଲୋଚନା କରି ସମସ୍ତ ପ୍ରଶୀକ୍ଷ୍ୟାର୍ଥୀ ମାନଙ୍କ ହୃଦୟସ୍ପର୍ଶୀ ହୋଇପାରିଥିଲେ । ଏଥିରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ସାଇବର ଅପରାଧ ଉପରେ ବିସ୍ତୃତ ଆଲୋକପାତ କରିଥିଲା ବେଳେ ନୟାଗଡ ପୋଲିସି ଟ୍ରେନିଂ ବିଦ୍ୟାଳୟର ଅଧ୍ୟକ୍ଷ ଭବେଶ କୁମାର ନାୟକ ସମସ୍ତ ସରକାରୀ ଓକିଲ ମାନଙ୍କ କର୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ସହକାରୀ ନିର୍ଦ୍ଦେଶକ ପ୍ରାଚୀପ୍ରଭା ନନ୍ଦ, ସରକାରୀ ଓକିଲ ରମେଶ ଚନ୍ଦ୍ର ମହାରଣା, ସହକାରୀ ସରକାରୀ ଓକିଲ ଆକାଶ ଦାସ,ପ୍ରିତୀପ୍ରିୟଦର୍ଶିନୀ ପଟ୍ଟନାୟକ, ପ୍ରସାନ କୁମାର ସାହୁ (ଷ୍ଟେନୋ) ଓ ସୁରେନ୍ଦ୍ର କୁମାର ଶତପଥୀ ସମ୍ପୂର୍ଣ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
