February 8, 2026
Home » ପଟି ମାଆ ବାସୁଳୀ ବୁଲିଲେ କେନ୍ଦୁଝର ସହର ।

ପଟି ମାଆ ବାସୁଳୀ ବୁଲିଲେ କେନ୍ଦୁଝର ସହର ।

0
WhatsApp Image 2025-04-14 at 7.54.23 AM

କେନ୍ଦୁଝର: ଚୈତ୍ର ପୂର୍ଣ୍ଣିମା ଅବସରରେ କେନ୍ଦୁଝର କବିତ୍ରା ଗ୍ରାମର ମାଆ ବାସୁଳୀ କେନ୍ଦୁଝର ପୁରୁଣା ସହରରେ ପଟି ଦେବତୀ ରୂପରେ ବୁଲିଛନ୍ତି। ମାଆଙ୍କ ପୂଜକ ଦେହୁରୀ ସୁନ୍ଦର ପଟି ବାସୁଳୀ କରି ପାରମ୍ପରିକ ବାଦ୍ୟ ସହ ଦେବୀଙ୍କୁ ନଗର ପରିଭ୍ରମଣ କରେଇଥିଲେ। ପୁରୁଣା ସହର ରାଜ ଉଆସ ପାଖରୁ ମାଆ ବାହାରି ରାଜ ପୁରୋହିତ, ରାଜଗୁରୁ,ବ୍ରହ୍ମା ଆଦିଙ୍କ ଘରକୁ ଯାଇ ଦର୍ଶନ ଦେଇଥିଲେ। ବଡ଼ଦାଣ୍ଡରେ ବୁଲି ରାସ୍ତାରେ ପଟୁଆର ସହ ବଡ଼ ଶାସନ ଯାଏ ଆସି ପୁଣି ସେଠାରୁ ନିଜ ଗ୍ରାମ କବିତ୍ରା ଫେରି ଯାଇଥିଲେ। ଏହାପରେ ସେଠାରେ ଯାତ୍ରା ହେବ ବୋଲି ମୁଖ୍ୟ ଦେହୁରୀ କହିଥିଲେ। ଏହି ପରମ୍ପରା ଅତି ପ୍ରାଚୀନ କାଳ କାଳରୁ ଚାଲି ଆସିଛି ଆଗେ ରାଜକୀୟ ପ୍ରୋତ୍ସାହନ ମିଳୁଥିଲା ଏବେ ନାହିଁ କିନ୍ତୁ ଭକ୍ତ ପରମ୍ପରା ବଞ୍ଚେଇ ରଖିଛନ୍ତି। ମାଆ ବାସୁଳୀ ହେଲେ ୩୩ କୋଟି ଦେବତାଙ୍କ ପ୍ରତୀକ ଶିବ ପାର୍ବତୀଙ୍କ ପ୍ରତିନିଧି ତେଣୁ ସେ ପଟି ରୂପରେ ସହଜରେ ବୋହି ହେବା ଲାଗି ରୂପ ଧାରଣ କରି କେନ୍ଦୁଝରଗଡ଼ର ସମୃଦ୍ଧି ସୁଖ ଶାନ୍ତି ଲାଗି ବର୍ଷକେ ଥରେ ଚୈତ୍ର ପୂର୍ଣ୍ଣିମା ଅବସରରେ ଦର୍ଶନ ଦେଇଛନ୍ତି। ପୁରୁଣା ଲୋକେ ଭକ୍ତ ଏହି ଅବସରରେ ସ୍ମୃତି ମନେ କରିଥିଲେ ମାଆଙ୍କୁ ପ୍ରଣାମ କରି। କେନ୍ଦୁଝର ସସ୍କୃତି ପରମ୍ପରା କେତେ ମହାନ୍ ଥିଲା ଏଥିରୁ ପ୍ରମାଣିତ ବୋଲି ସେମାନେ କହିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲlଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *