December 27, 2025
Home » ପଣ୍ଡିତ ଗୋପବଂଧୁ ସେବା ତ୍ୟାଗର ମୃତିମନ୍ତ ପ୍ରତୀକ

ପଣ୍ଡିତ ଗୋପବଂଧୁ ସେବା ତ୍ୟାଗର ମୃତିମନ୍ତ ପ୍ରତୀକ

0
WhatsApp Image 2025-10-13 at 5.30.37 PM

ଖଣ୍ଡଗିରୀ – ପଣ୍ଡିତ ଗୋପବଂଧୁ ଦାସ ଉତ୍କଳର ମଣି ନ ଥିଲେ ସେ ଦେଶର ରତ୍ନ ଥିଲେ। ସାମାଜିକ ସଂସ୍କାର, ସାହିତ୍ୟ ଓ ସମ୍ବାଦ ପତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ ଗୋପବଂଧୁ ଚିର ସ୍ମରଣୀୟ ହୋଇ ରହିବେ। ଲିଙ୍ଗରାଜ ବିହାରସ୍ଥିତ ଜଗନ୍ନାଥ ମନ୍ଦିର
ପରିସରରେ ଅନୁଷ୍ଠିତ ଏମ୍ ଏସ୍ ପାର୍କ ମଣିଂ ୱାର୍କସ୍ ଆସୋସିଏସନର ମାସିକ ଆଲୋଚନା ଚକ୍ର ଅବସରରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇ ମତ ପ୍ରକାଶ କରିଥିଲେ। ସ୍ତମ୍ଭକାର ନିର୍ମଳଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନ୍‌ଜୀବୀ ଏଲ୍‌. ଏନ୍‌. ପାଢ଼ୀ ପ୍ରାରମ୍ଭିକ
ସୂଚନା ଦେଇ ଗୋପବଂଧୁ କାଳଜୟୀ ପୁରୁଷ ଥିଲେ ବୋଲି କହିଥିଲେ। ପଣ୍ଡିତ ପ୍ରବୀର ମହାପାତ୍ର ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜର ପରିବର୍ତନପାଇଁ ଗୋପବନ୍ଧୁଙ୍କ ଅବଦାନ ଓ ସାମଜିକ ଆନ୍ଦୋଳନକୁ ତୀବ୍ର କରିବାରେ ତାଙ୍କର ଭୂମିକା ଗୁରୁତ୍ୱ ୂର୍ଣ୍ଣ ଥିଲା ବୋଲି
କହିଥିଲେ। ସଭାପତି ଶ୍ରୀ ସାମଲ ଉତ୍କଳମଣିଙ୍କ ସେବା ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଠାଣି ବେହେରା, ବିଷ୍ଣୁ ଚରଣ ପ୍ରଧାନ, ନାରାୟଣ କର, ବିଦ୍ୟାଧର ଦାଶ, ରସାନନ୍ଦ ସାହୁ, ଏଲ୍ ପଣ୍ଡା, ଅଶୋକ ପ୍ରଧାନ, ଶିଶିର ଦାଶ, ବାଇଧର ପାତ୍ର, କୃଷ୍ଣ ପ୍ରସାଦ ଜେନା, ସୁଦର୍ଶନ ମହାଳିକ, ଯଶୋବନ୍ତ କର, ହର୍ଷବର୍ଦ୍ଧନ ଉଦ୍‌ଗାତା ଓ ଶ୍ରୀଧର ମଲିକ ପ୍ରମୁଖ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *