ପଣ୍ଡୁଆ ୟୁକୋ ବ୍ୟାଙ୍କ ଗ୍ରହକଙ୍କୁ ସେବା ଦେଇ ପାରୁନି

ମ୍ୟାନେଜର କ୍ୟାସିଆର ରେ ଚାଲୁଛି ବ୍ୟାଙ୍କ (ମ୍ୟାନେଜର କହିଲେ ମୋ ହାତରେ କିଛି ନାହିଁ l
କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତ ଠାରେ ଥିବା ୟୁକୋ ବ୍ୟାଙ୍କ ଗ୍ରହକ ଙ୍କୁ ବ୍ୟାଙ୍କିଙ୍ଗି ସେବା ଯୋଗାଇବାରେ ବହୁ ଅବହେଳା କରୁ ଥିବା ଗ୍ରାହକ ମାନେ ଅଭିଯୋଗ କରୁଛନ୍ତି, ଏସମ୍ପର୍କ ରେ ପଣ୍ଡୁଆ ସାଖା ପ୍ରବନ୍ଧକ ହର ପ୍ରସାଦ ସେଠିଙ୍କୁ ପଚାରି ବାରୁ ଶ୍ରୀ ସେଠି କହିଛନ୍ତି ଆମର ଷ୍ଟାଫ ନାହାନ୍ତି, କେବଳ ମ୍ୟାନେଜର କ୍ୟାସିଆର ଓ ପିଅନ କୁ ନେଇ ଚାଲିଛି ବ୍ୟାଙ୍କ l
ମ୍ୟାନେଜର ସେଠି କହିବା ମୁତାବକ ପଣ୍ଡୁଆ ବ୍ୟାଙ୍କ ସାଠିଏ କୋଟି ଟଙ୍କା ବାର୍ଷିକ ବ୍ୟବସାୟ ଦେଉଥିବା ବେଳେ ୟୁକୋ ମୁଖ୍ୟ କାର୍ଯ୍ୟଳୟ ଆମ ଶାଖା କୁ ଗୁରୁତ୍ୱ ଦେଉନି କି ଷ୍ଟାଫ ପଠାଉ ନାହାନ୍ତି, ଫଳରେ ଷ୍ଟାଫ ଅଭାବ ଯୋଗୁ ଲୋକ ମାନଙ୍କୁ ସେବା ଯୋଗାଇବା କଷ୍ଟକର ବ୍ୟାପାର ହୋଇ ପଡିଛି, ବହୁ ଗ୍ରାଗକ ଅମର ଆସନ୍ତୁଷ୍ଟ ହେଉଥିବା ଆମେ ଅନୁଭବ କରୁଛୁ ମାତ୍ର,ତଥାପି ସମସ୍ତ ଙ୍କ ଅଭିଯୋଗ ଓ ସେବା ଯୋଗାଇ ଚାଲିଛୁ, ଏହି ବ୍ୟାଙ୍କ ଶାଖାଟି ବହୁ ବର୍ଷ ହେଲାଣି ଗ୍ରାମଞ୍ଚଳ ରେ କାର୍ଯ୍ୟ କରି ଆସୁଛି,
ମାତ୍ର ୟୁକୋ ମୁଖ୍ୟ କାର୍ଯାଳୟ, କାଳ କ୍ଷେପଣ ନିତି ଅଵଲଂଵାନ କରି ଏଠାକୁ ଆଉ ଷ୍ଟାଫ ଦେଉନାହିଁ ନ୍ତି, ଦିନକୁ ଦିନ ୟୁକୋ ପଣ୍ଡୁଆ ବ୍ୟାଙ୍କବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ବ୍ୟାଙ୍କିଙ୍ଗି ସମୟରେ ପ୍ରବଳ ଗହଳି ହେଉଛି, ଅନେକ ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଛନ୍ତି, ଏଠାକାର ୟୁକୋATM ଅନେକ ସମୟରେ ଅଚଳ, ଅଟୋ ପାସ ବୁକୁ ପ୍ରିଣ୍ଟିଙ୍ଗି ମେସିନ ବାରମ୍ବାର ଖରାପ ଯୋଗୁ ଲୋକ ମାନେ ନାହିଁ ନଥିବା ଅସୁବିଧାରେ ପଡୁ ଛନ୍ତି, ମ୍ୟାନେଜରଙ୍କୁ ଅଭି ଯୋଗ କଲେ ଶ୍ରୀ ସେଠି ନିଜର ଅସହାୟତା ବିଷୟରେ କହୁଛନ୍ତି, କିଏ ବୁଝିବ ଏହି ପଣ୍ଡୁଆ ୟୁକୋ ବ୍ୟାଙ୍କ ଦୁଃଖ, ଶୀଘ୍ର ୟୁକୋ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ସହିତ ଷ୍ଟାଫ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି l
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇ ପି ଏ ନିୟୁଜୁ