July 1, 2025
Home » ପତଂଜଳି ଯୋଗ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ

ପତଂଜଳି ଯୋଗ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ

0
WhatsApp Image 2025-06-21 at 12.00.13 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଯୋଗ ବିହାର ଛନ୍ ଛାନ୍ ଡୁଙ୍ଗୁରି ସ୍ଥିତ ଶ୍ରୀ ଶ୍ରୀ ଯୋଗେଶ୍ବର ମନ୍ଦିର ପରିସରରେ ପତଂଜଳି ଯୋଗ ବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ବ ଯୋଗ ଦିବସ ସମାରୋହରେ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ବିଶ୍ବ ଶାନ୍ତି ପାଇଁ ପ୍ରଥମେ ଶ୍ରୀ ଯୋଗେଶ୍ବରଙ୍କ ପୂଜା ଆରାଧନା ଓ ଆଳତି ଅନୁଷ୍ଠିତ ହୋଇଥିଲା I ପଂତଜଳି ଯୋଗପୀଠ ହରିଦ୍ବାରର ଆଜୀବନ ସଭ୍ୟ ଯୋଗବିଦ୍ ଗୋରେଖନାଥ ସାହୁ ଉପସ୍ଥିତ ଭଦ୍ର ମଣ୍ଡଳୀକୁ ଯୋଗ ସଂପର୍କରେ ମାର୍ଗ ଦର୍ଶନ କରି ଉଚ୍ଚାରଣ , ଯୋଗ ବ୍ୟାୟାମ , ଯୋଗାସନ ଓ ପ୍ରାଣାୟମର ମହତ୍ତ୍ବ ସଂମ୍ପର୍କରେ କହିଥିଲେ I କେଉଁ ରୋଗ ପାଇଁ କେଉଁ ଯୋଗ କିପରି ଓ କେତେ ସମୟ କରିବାକୁ ପଡିବ ସେ ସଂପର୍କରେ ବିଶଦ ଆଲୋକପାତ କରିଥିଲେ I ବରିଷ୍ଠ ସଭ୍ୟ ଯୋଗବିଦ୍ ଦିଲ୍ଲୀପ କୁମାର ରଥ, ମୋହନ ସୁନ୍ଦର ପଣ୍ଡା, ରାମଜୀ ବାବୁ, ସତ୍ୟନାରାୟଣ ବସ୍ତିଆ, ଗଜାନନ ମହାପାତ୍ର , ନାରାୟଣ ସାହୁ, ମୀନା ମହାରଣା , ମାଧବ ପଧାନ, ହେମନ୍ତ କୁମାର ସା, ଶ୍ରଦ୍ଧାଂଜଳି ମିଶ୍ର, ଗୋପାଳ ସା, ସୋମନାଥ ରଥ , ବିଶ୍ବନାଥ ରଥ, ଭୁବନେଶ୍ବର ମେହେର , ରୋହିତାଶ୍ବ ମିଶ୍ର ପ୍ରମୁଖ ନିଜ ନିଜର ଉପଲବ୍ଧି ସଂପର୍କରେ ସୂଚନା ପ୍ରଦାନ କରି ଯୋଗାସନ, ପ୍ରାଣାୟମ ଆଦି କରିଥିଲେ I ଶାନ୍ତିପାଠ ପରେ ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ I

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *