December 20, 2025
Home » ପବିତ୍ର ଶ୍ରୀ ରାମ ନବମୀ ୨୦୨୫ ଧୁମଧାମରେ ପାଳିତ

ପବିତ୍ର ଶ୍ରୀ ରାମ ନବମୀ ୨୦୨୫ ଧୁମଧାମରେ ପାଳିତ

0
WhatsApp Image 2025-04-09 at 1.04.51 AM (1)

କୋରାପୁଟ ଜିଲ୍ଲା ଜୟପୁର ସହରରେ ଚଳିତ ବର୍ଷ ପବିତ୍ର ଶ୍ରୀ ରାମ ନବମୀ ୨୦୨୫ ଧୁମଧାମରେ ପାଳିତ ହୋଇଯାଇଛି । ପବିତ୍ର ଶ୍ରୀ ରାମ ନବମୀ ୨୦୨୫ ଅବସରରେ ସହରରେ ଥିବା ରାମ ମନ୍ଦିରମାନଙ୍କରେ ଦିନ ତମାମ ନୀତି ନିୟମାନୁସାରେ ପୂଜାର୍ଚ୍ଚନା,ମନ୍ତ୍ରଜପା ପାଠ,ହନୁମାନ ଚାଳିଶା ପଠନ ସହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ନାରଙ୍ଗୀ ବସ୍ତ୍ର ପରିଧାନ କରି ସହର ଭକ୍ତଙ୍କ ଗହଳିରେ ଭକ୍ତିମୟ ହୋଇଯାଇଥିଲା । ପୂଜା ସରିବା ପରେ ସନ୍ଧ୍ୟା ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ, ମାତା ସୀତା ଭକ୍ତ ହନୁମାନ ପ୍ରତିମାଙ୍କୁ ଦୋଳ ବିମାନରେ ସହର ପରିକ୍ରମା କରାଯାଇଥିଲା ।

ଏଥି ସହ ଆଠଫୁଟ ଲମ୍ବା ଶ୍ରୀରାମଙ୍କ କଠଉ ମଧ୍ୟ ସହର ପରିକ୍ରମାରେ ସାମିଲ ରହିଥିବା ବେଳେ ଭକ୍ତଙ୍କ ମଧ୍ୟରେ ଏକ ଭକ୍ତିଭାବରେ ଭାରି ଦେଇଥିଲା । ଚଳିତ ବର୍ଷ ପଚାଶ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ବିଶାଳ ସଭାଯତ୍ରରେ ଦେଖିବାକୁ ମିଳିଥିବା ବେଳେ କୁନିକୁନି ପିଲାମାନେ ଶ୍ରୀରାମ ଲକ୍ଷଣ ସୀତା ଓ ହନୁମାନ ଭେଶ ହୋଇଥିବା ବେଳେ ନାଚଗୀତ,ଓଡ଼ିଶୀ ନୃତ୍ୟ, ଭଜନ, କୀର୍ତ୍ତନ ,ଦୁରୁବା ନାଚ ସହ ଡିଜେ ଗୀତରେ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହୋଇଯାଇଥିଲା ମୁଖ୍ୟରାସ୍ତା ।

ଚଳିତ ବର୍ଷ ସହରର ବିଭିନ୍ନ ଜାଗାରେ ଥିବା ମନ୍ଦିର କମିଟି ପକ୍ଷରୁ ଧୁମଧାମରେ ପାଳିତ ହୋଇଥିବା ବେଳେ ସଭାଯତ୍ରରେ ସହରର ବିଭିନ୍ନ ଅନୁଷ୍ଠାନଗୁଡ଼ିକ ଯୋଗ ଦେବା ସହ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସକାଶେ ପଣା, ଦହି ସରବତ, ଅନ୍ନଭୋଗ ବଣ୍ଟନର ବ୍ୟବସ୍ଥା ହୋଇଥିଲା ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *