ପରଲୋକଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା
ପାରାଦୀପ :: ଦୁର୍ଘଟଣାରେ ମୃତ ପାରାଦୀପର ଯୁବ ସାମ୍ବାଦିକ ରଶ୍ମିରଞ୍ଜନ ରାଉତରାୟଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଶ୍ରମିକ ନେତା ବାପି ସର୍ଖେଲ l ରଶ୍ମୀଙ୍କ ପରିବାର ଲୋକେ ତାଙ୍କ ସମସ୍ତ କାର୍ଯ୍ୟ ଗାଁରୁ ସାରି ପାରାଦୀପରେ ପହଁଞ୍ଚିବା ପରେ ଖବର ପାଇ ଶ୍ରୀ ସର୍ଖେଲ ସୋମବାର ପୂର୍ବାହ୍ନରେ ତାଙ୍କ ଭଞ୍ଜ କଲୋନୀ ସ୍ଥିତ ବାସ ଭବନରେ ପହଂଚି ସହାୟତା ଯୋଗାଇ ଦେଇଥିଲେ, ଝିଅର ୬ ମାସର ଖାଦ୍ୟପେୟ ଖର୍ଚ୍ଚ ପ୍ରଦାନ କରିଥିଲେ l ପାଠପଢ଼ା ଖର୍ଚ୍ଚ ପାଇଁ ସ୍କୁଲ ସହିତ ଯୋଗାଯୋଗ କରି ଟଙ୍କା ଦେବା ନେଇ କହିଥିଲେ l ଝିଅର ସ୍କୁଲରେ ରିଆଡମିସନ କରାଯିବା ସହିତ ତାର ଟ୍ୟୁସନ ଓ ଖାଦ୍ୟପେୟ ପାଇଁ ଯାହା ଅଧିକ ଖର୍ଚ୍ଚ ହେବ ସେ ଦେବା ନେଇ କହିଥିଲେ l ଶ୍ରୀ ସର୍ଖେଲଙ୍କ ସହିତ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା, ପୌର ଉପାଧ୍ୟକ୍ଷା ଛବିଲତା ରାଉତ, କାଉନ୍ସିଲର ମନୋଜ ନାୟକ, ପ୍ରଭାତୀ ପରିଡା, ସମୀର ବିଶ୍ଵାଳ, ଅନୁପ ସାହାଣୀ, ଲପନ ପରିଡ଼ା, ସୁଶିଲ ମହାପାତ୍ର, ରମାକାନ୍ତ ସ୍ଵାଇଁ, ମାନସ ବିଶ୍ଵାଳ ଓ ଦୀପକ ସ୍ଵାଇଁ ପ୍ରମୁଖ ତାଙ୍କ ସହିତ ଉପସ୍ଥିତ ଥିଲେ l
prasanta dash nka report
