December 25, 2025
Home » ପାଣିଗ୍ରାହୀପେଣ୍ଠ ମନ୍ଦିର ପ୍ରତିଷ୍ଠାର ସୂବର୍ଣ୍ଣ ଜୟନ୍ତୀ , କମିଟି ପକ୍ଷରୁ ପ୍ରତିଷ୍ଠାତା ସଭ୍ୟ ଓ କଳାକାରଙ୍କୁ ସମ୍ମାନିତ

ପାଣିଗ୍ରାହୀପେଣ୍ଠ ମନ୍ଦିର ପ୍ରତିଷ୍ଠାର ସୂବର୍ଣ୍ଣ ଜୟନ୍ତୀ , କମିଟି ପକ୍ଷରୁ ପ୍ରତିଷ୍ଠାତା ସଭ୍ୟ ଓ କଳାକାରଙ୍କୁ ସମ୍ମାନିତ

0
WhatsApp Image 2025-02-28 at 7.19.29 PM

ବ୍ରହ୍ମପୁର- ପାଣିଗ୍ରାହୀ ପେଣ୍ଠ ସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱର ମହାଦେବ ଓ ମା କାଳୀଙ୍କ ମନ୍ଦିର ପ୍ରତିଷ୍ଠାକୁ ୫୦ ବର୍ଷ ପୁରିଛି। ୧୯୭୫ ମସିହାରେ ସିମାଦ୍ରୀ ସାହାଣୀ, ଏସ୍. କ୍ରିଷ୍ଣା ମୂର୍ତ୍ତି, ମୋହନ ସେଠୀଙ୍କ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। ସୋରଡାର ବିଶିଷ୍ଠ ସାଧର କାଳୀ ଶତପଥୀ ଏଥିରେ ମୁଖ୍ୟ ପୂଜକ ଥିଲେ। ଏହାପରେ ହାଡୁବନ୍ଧୁ ପାଣିଗ୍ରାହୀ, ଭାସ୍କର ଲେଙ୍କା, ଦଣ୍ଡପାଣୀ ସାହୁ, ରାମଚନ୍ଦ୍ର ସାହୁଙ୍କ ସମୟରେ ମନ୍ଦିରର କଳେବର ବୃଦ୍ଧି ପାଇଥିଲା।

ସହରର ପ୍ରତିଷ୍ଠିତ ଦଣ୍ଡକାଳୀ ମନ୍ଦିର ପାଇଁ ଏହି ମହାନ ବ୍ୟକ୍ତି ବିଶେଷଙ୍କ ଭୂମିକା ଅତୁଲନୀୟ। ସେହିପରି ପ୍ରତିବର୍ଷ ଦଣ୍ଡନାଚ ସମୟରେ ବହୁ କଳାକାର ମନ୍ଦିର ସହ ଜଡିତ ରହିଥାନ୍ତି। ମନ୍ଦିର ପ୍ରାରମ୍ଭରେ ନିଷ୍ଠାପର ସହଯୋଗ କରିଥିବା ବ୍ୟକ୍ତି ଓ ତାଙ୍କ ମୁତ୍ୟୁ ପରେ ପରିବାର ସଦସ୍ୟଙ୍କୁ ମହାଶିବରାତ୍ରୀ ଅବସରରେ ସମ୍ମାନିତ କରାଯାଇଛି। ଏହାପରେ ଜାଗର ପାଳୁଥିବା ଭକ୍ତଙ୍କ ପାଇଁ ଦଣ୍ଡ ପରାୟନ ମଞ୍ଚସ୍ଥ ହୋଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ପଦ୍ମିନୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ମନ୍ଦିର କମିଟି ସଦସ୍ୟ ମଧୁସୂଦନ ଆଚାର୍ଯ୍ୟ, ରୋଶନ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଶିବ ମହାରଣା, ଲବ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave a Reply

Your email address will not be published. Required fields are marked *