December 23, 2025
Home » ପାଣ – ଗଣ୍ଡା ସମାଜର ପଞ୍ଚାୟତ କମିଟି ପୁନର୍ଗଠିତ

ପାଣ – ଗଣ୍ଡା ସମାଜର ପଞ୍ଚାୟତ କମିଟି ପୁନର୍ଗଠିତ

0
WhatsApp Image 2025-12-16 at 3.50.14 PM

ସୁବର୍ଣ୍ଣପୁର: ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ବରିଷ୍ଠ ଉପ ସଭାପତି ଦଶରଥ ବେହେରା ଙ୍କ ଅଧ୍ୟକ୍ଷତା ରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ , ବୁଢୀପଦର ଖେଳ ପଡିଆ ଠାରେ ପଦ୍ମନପୁର ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ ପରେ ସଂଗଠନର ଜିଲ୍ଲା ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥଲେ । ସଂଗଠନର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ନ୍ୟାୟ ଆନ୍ଦୋଳନର ମୂଖ୍ୟ କର୍ଣ୍ଣଧାର , ଭାରତୀୟ ସମ୍ବିଧାନ ପ୍ରଣେତା , ସମାଜ ସଂସ୍କାରକ ତଥା ନାରୀ ସମାଜର ମୁକ୍ତି ଦାତା ଭାରତରତ୍ନ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ଲଢେ଼ଇ କରିବା ସକାଶେ ମାର୍ଗଦର୍ଶନ ଦେଇଥିଲେ । ସଂଗଠନର ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ (କେ ଡି କେ) ମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ସଂପୂର୍ଣ୍ଣ ହଟାଇବା ପାଇଁ ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ପଦ୍ଧତିରେ ଲଢ଼େଇ କରିବାକୁ ଉପସ୍ଥିତ ସମାଜସେବୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅସ୍ପୃଶ୍ୟ ଅନୁସୂଚିତ ଜାତି ସମାଜର ସାମ୍ବିଧାନିକ ଅଧିକାର ତଥା ସର୍ବୋପରି ନିଜର ” ହକ୍ ପାଇଁ ଲଢେ଼ଇ ” କରିବା ସକାଶେ ପଦ୍ମନପୁର ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇଥିଲା । ପଦ୍ମନପୁର ଗ୍ରାମର ବରିଷ୍ଠ ସମାଜସେବୀ ରମେଶ ମହାନନ୍ଦିଆ – ସଭାପତି , ସନ୍ତୋଷ କଲତା – ଉପ ସଭାପତି (ବୁଢ଼ୀପଦର) , ରାଜେଶ୍ୱର କଲତା – ସମ୍ପାଦକ (ମୁକୁନ୍ଦପୁର) , ସନାତନ ମହାନନ୍ଦିଆ – ସହକାରୀ ସଂପାଦକ (କୁସୁମଝୁଲି) , ଅଚ୍ୟୁତା ମହାନନ୍ଦିଆ – ସଂଗଠନ ସମ୍ପାଦକ (ଚରଦା) , କପିଳ ଭବସାଗର – କୋଷାଧ୍ୟକ୍ଷ (ତୁଳସୀପୁର) ଏବଂ ଦାମୋଦରପୁର ଗ୍ରାମର ବରିଷ୍ଠ ସମାଜସେବୀ ହୃଦାନନ୍ଦ କୁମ୍ଭାର ଙ୍କୁ ବ୍ଲକ ସଂଯୋଜକ ଭାବେ ଆସନ୍ତା ପାଞ୍ଚ ପାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ବରିଷ୍ଠ ସମାଜସେବୀ ଅମର କୁମ୍ଭାର , ଭୁବନ ଭବସାଗର , ରମେଶ ଵାଘ , ପବିତ୍ର କୁମ୍ଭାର , ବନମାଳୀ ଊର୍ମା , ଜନ୍ମେଜୟ ବେହେରା , କୃଷ୍ଣଚନ୍ଦ୍ର ଭୋଇ , ବରୁଣ ରାଜଦୀପ , ଦିଲ୍ଲୀପ ପେରା , ହର ରାଜହଂସ , ଅନୀଲ ମହାନନ୍ଦିଆ , ବାବୁଲି ବାଦୀ , ସୁଦର୍ଶନ ଭୋଇ , ଲଡ଼ୁ କିଶୋର ମହାନନ୍ଦିଆ , ନନ୍ଦୁ ବେହେରା , ମହାଦେବ କହଁର , ଜିତ ନନ୍ଦି , କଷ୍ଟ ବେହେରା , ଅଶ୍ୱିନୀ ମହାନନ୍ଦିଆ , ମନୋଜ ମହାନନ୍ଦିଆ ଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ସଂଗଠନର ଜିଲ୍ଲା ଯୁଗ୍ମ ସମ୍ପାଦକ ମାର୍କଣ୍ଡ କଲତା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *