ପାରଳାଖେମୁଣ୍ଡିରେ କବି ବୃନ୍ଦାବନ ସୁଆରଙ୍କ ୧୧୨ତମ ଜୟନ୍ତୀ ପାଳିତ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ କବି ବୃନ୍ଦାବନ ସୁଆରଙ୍କ ୧୧୨ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଆଶାଲତା ପାଣିଗ୍ରାହୀ ଓ ପ୍ରାବନ୍ଧିକ ହରପ୍ରସାଦ ସୁଆର ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମାନେ କବି ବୃନ୍ଦାବନ ସୁଆର ଖଣ୍ଡକାବ୍ୟକୁ ଓଡ଼ିଆ ଅସ୍ମିତାରଏକ ପ୍ରମାଣସିଦ୍ଧ ଗ୍ରନ୍ଥ ଭାବେ ଅଭବିତ କରିଥିଲେ ବୋଲି ନିଜନିଜ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟ କ୍ଷତା କରିଥିଲେ । ବିଚତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନାରେ ସଂଯୋଜନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
