April 2, 2026
Home » ପାରଳାଖେମୁଣ୍ଡିରେ ୯୧ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡିରେ ୯୧ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2026-04-02 at 4.05.40 PM (2)

 

ସ୍ୱତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମସ୍ଥାନ ପାରଳାଖେମୁଣ୍ଡି ଠାରେ ୯୧ତମ ଜିଲ୍ଲାସ୍ତରୀୟ ରାଜ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସହରର ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତିସୌଧରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ବଜାର ଛକରେ ଥିବା ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝି, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଫାଲଗୁନୀ ମାଝି ପ୍ରମୁଖ ୁପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ବନଖଣ୍ଡ ଅଧିକାରୀ କେ.ନାଗରାଜୁ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢୀ ଓ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ ମଞ୍ଚାସୀନ ଥିଲେ ।

ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସ୍ୱତନ୍ତ୍ର ଓଡି଼ଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଥିଲେ । ଗଜପତି ଜିଲ୍ଲା ପାଇଁ ଏହି ଦିନ ଓ କାର୍ଯ୍ୟକ୍ରମଟି ବହୁତ ମହତ୍ତ୍ୱ ବହନ କରୁଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ । ଓଡି଼ଶା ହେଉଛି ଏକମାତ୍ର ରାଜ୍ୟ ଯାହାର କଳାସଂସ୍କୃତି ରହିଛି ସେଗୁଡିକ ଶାସ୍ତ୍ରୀୟ ଭାଷା ବହନ କରୁଛି ବୋଲି ସେ କହିଥିଲେ । ଓଡି଼ଆ ଭାଷାକୁ ଭଲପାଇବା ସହ ତାହାର ମହତ୍ତ୍ୱକୁ ବଜାୟ ରଖିବାକୁ ପଡିବ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦାୟାଦ ହିସାବରେ ଓଡ଼ିଆ ଭାଷାର ସୁରକ୍ଷା କରିବା ଆମର ଦାୟିତ୍ୱ ରହିଛି । ଏଥି ସକାଶେ ଆମ୍ଭମାନଙ୍କୁ ବାହାନା ଖୋଜିବାକୁ ପଡିବ ବୋଲି ଂମୁଖ୍ୟବକ୍ତା ଶ୍ରୀ ମଣ୍ଡଳ ନିଜ ବକ୍ତବ୍ୟରେ କହିଥିଲେ । ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ଅନୁଷ୍ଠିତ ହୋଇଥିବା ସମସ୍ତ ଉତ୍କଳ ସମ୍ମିଳନୀ ଓ ସ୍ୱତନ୍ତ୍ର ଅଦିବେଶନ ଗୁଡିକର ଫୋଟଚିତ୍ର ସଭାସ୍ଥଳ ପରିସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରଦର୍ଶିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ଗୁରୁମାଇ ଏବଂ ତାଙ୍କ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *