December 2, 2025
Home » ପାରାଦୀପରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବର୍ଷିକି ସମାରୋହରେ ପାଳିତ

ପାରାଦୀପରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବର୍ଷିକି ସମାରୋହରେ ପାଳିତ

0
WhatsApp Image 2025-11-25 at 1.31.23 PM

ସତ୍ୟ ସାଇଙ୍କ ସମାଜକଲ୍ୟାଣ କାର୍ଯ୍ୟ ସ୍ମରଣୀୟ – ମନ୍ତ୍ରୀ ସମ୍ପଦ

ପାରାଦୀପ – ଶ୍ରୀ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାରାଦ୍ୱୀପ ନୂଆବଜାର ସ୍ଥିତ ସତ୍ୟ ସାଇ ମନ୍ଦିରରେ ସତ୍ୟ ସାଇ ସେବା ସମିତି ପକ୍ଷରୁ ରବିବାର ଦିନ ମହା ସମାରୋହରେ ପାଳିତ ହୋଇଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସାମିଲ ହୋଇ ବ୍ରହ୍ମଲୀନ ଶ୍ରୀ ଶ୍ରୀ ସତ୍ୟ ସାଇ ବାବାଙ୍କ ଚରଣରେ ବିନମ୍ର ପ୍ରଣାମ ଜଣାଇଥିଲେ l


ଶ୍ରୀ ସତ୍ୟ ସାଇ ବାବାଙ୍କ ବସୁଦେବ କଟୁମ୍ବକମ ନୀତି ଓ ପ୍ରତ୍ୟେକ ବାର୍ତ୍ତା କରୁଣାକୁ, ପ୍ରତ୍ୟେକ ଚିନ୍ତାଧାରା ଶାନ୍ତିକୁ ଏବଂ ପ୍ରତ୍ୟେକ କାର୍ଯ୍ୟ ସେବାକୁ ପ୍ରତିଫଳିତ କରିଥାଏ l ସ୍ନେହ, ପ୍ରେମ ଓ ସେବା ଦ୍ୱାରା ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବନ୍ଧା ଯାଇ ପାରିବ ବୋଲି ବାବା ସର୍ବଦା ଉପଦେଶ ଦେଉଥିଲେ l ଶ୍ରୀ ସତ୍ୟ ସାଇ ବାବା ସମାଜ ଏବଂ ଲୋକଙ୍କ କଲ୍ୟାଣ ପାଇଁ ଆଧ୍ୟାତ୍ମିକତାକୁ ଉପଯୋଗ କରିଥିଲେ ଏବଂ ଏହାକୁ ନିଃସ୍ୱାର୍ଥପର ସେବା, ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହିତ ସଂଯୋଗ କରିଥିଲେ l ଗରୀବ ଓ ବଞ୍ଚିତ ଶ୍ରେଣୀଙ୍କ ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ସାଇ ଶ୍ରଦ୍ଧାଳୁ ମାନଙ୍କୁ ସମ୍ବୋଧିତ କରିଥିଲେ l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *