ପାରାଦୀପ ତାରିଣୀ ମାର୍କେଟ କମିଟି ପକ୍ଷରୁ ୩୫ତମ ଗଜଲକ୍ଷ୍ମୀ ପୂଜା ଉତ୍ସବ
ପାରାଦୀପ – ବନ୍ଦର ନଗରୀ ପାରାଦୀପ ର ମଧୁବନ ସ୍ଥିତ ତାରିଣୀ ମାର୍କେଟରେ ଲକ୍ଷ୍ମୀ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହେଉଛି | ବଜାର କମିଟି ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ ହେଉଥିବାବେଳେ ଏହା ପାଞ୍ଚଦିନ ଧରି ଚାଲିବ | ୧୯୯୦ ମସିହା ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ୩୫ ବର୍ଷରେ ପଦାର୍ପଣ କରିଛି l ଏହି ପୂଜାରେ ରାମଚନ୍ଦ୍ର ସ୍ୱାଇଁ , ଜନ ବେଉରା , ସଞ୍ଜୟ ପରିଡା , ପ୍ରତାପ ମିତ୍ର , ଧୀର ସାମଲ , କାଳନ୍ଦୀ ପଲେଇ , ଗୁଣନିଧି ପରିଡା ପ୍ରମୁଖ ସକ୍ରିୟ ସହଯୋଗ କରୁଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ନାମିଦାମୀ କଳାକାର ଶ୍ରୀଚରଣ ମହାନ୍ତି ଓ ତାଙ୍କ ଗୃପ ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ପ୍ରତିଦିନ ମଧ୍ୟାହ୍ନରେ ମାଙ୍କ ପ୍ରସାଦ ଖାଇବାକୁ ଲୋକଙ୍କ ନାହିଁନଥିବା ଭିଡ ମଧ୍ୟ ଦେଖିବାକୁ ମିଳୁଛି |
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
