November 12, 2025
Home » ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସଚେତନତା ସଭା ଓ ମେଗା ସଫେଇ କାର୍ଯ୍ୟକ୍ରମ

ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସଚେତନତା ସଭା ଓ ମେଗା ସଫେଇ କାର୍ଯ୍ୟକ୍ରମ

0
WhatsApp Image 2025-09-26 at 8.28.50 PM

 

ପାରାଦୀପ – କେନ୍ଦ୍ର ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୧୬ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲୁଥିବା ସ୍ୱଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀରେ ପାରାଦୀପ ପୌରପାଳିକା ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ନିକଟସ୍ଥ ସୂଚନା କେନ୍ଦ୍ରରେ ଗୁରୁବାର ସକାଳେ ଏକ ସ୍ୱଚ୍ଛତା ସଚେତନତା ସଭା ଆୟୋଜିତ ହୋଇଥିଲା l ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଆଲୋକପାତ କରି ସମସ୍ତେ ନିଜ ପରିବେଶ ସ୍ୱଚ୍ଛ ରଖିବା ସହ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସୌଦାମିନୀ ସାହୁ, ବଣିକ ସଙ୍ଘ ସଭାପତି ଅମୀୟ ପାଣି ଓ ଗୋଲେଖ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ନିଜର ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବିଶ୍ୱକର୍ମା ପୂଜା ସ୍ଥଳରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଜୟଦେବ ସଦନ ଛକ ମୁଖ୍ୟ ରାସ୍ତା କଡ଼ ଓ ପୂଜା ମଣ୍ଡପ ନିକଟସ୍ଥ ଅଞ୍ଚଳରୁ ପଲିଥିନ ସଫା କରାଯାଇଥିଲା l ଏଥିରେ ପୌରପାଳିକା ସଫେଇ କର୍ମଚାରୀ ଓ ବହୁ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ l ସୂଚନାଥାଉକି, ଗତ ବିଶ୍ୱକର୍ମା ପୂଜା ମହୋତ୍ସବରେ ପୌରପାଳିକା ପକ୍ଷରୁ ନିରବଛିନ୍ନ ଭାବେ ଏହିପରି ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଏଠାରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିଲେ ମଧ୍ୟ ଅପେକ୍ଷାକୃତ କମ ଅଳିଆ ଆବର୍ଜନା ଦେଖିବାକୁ ମିଳିଥିଲା l ସେହିପରି ଆଉ କିଛିଦିନ ପରେ ପାରାଦୀପରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସମସ୍ତ ପୂଜା କମିଟି ବିଶ୍ୱକର୍ମା ପୂଜା ଉତ୍ସବ ପରି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ପୌରାଧ୍ୟକ୍ଷ ଶ୍ରୀ ବିଶ୍ଵାଳ ପରାମର୍ଶ ଦେଇଥିଲେ l ତେବେ ପୌରପାଳିକା ଏବଂ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଏପରି ମହତ ଉଦ୍ୟମ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରିଥିଲେ

 

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *