October 23, 2025
Home » ପାରାଦୀପ ବନ୍ଦରକୁ ସବୁଜ ଉଦଜାନ ହବ୍ ର ମାନ୍ୟତା

ପାରାଦୀପ ବନ୍ଦରକୁ ସବୁଜ ଉଦଜାନ ହବ୍ ର ମାନ୍ୟତା

0
WhatsApp Image 2025-10-10 at 8.07.25 PM (1)

 

ପାରାଦୀପ – ଭାରତ ସରକାରଙ୍କ ଜାତୀୟ ସବୁଜ ଉଦଜାନ ଅଭିଯାନ ଅନ୍ତର୍ଗତ ପାରାଦୀପ ବନ୍ଦର ପ୍ରାଧିକରଣ କୁ ଆନୁଷ୍ଠାନିକ ଭାବେ ଏକ ସବୁଜ ଉଦଜାନ କେନ୍ଦ୍ର ବା ହବ ର ମାନ୍ୟତା ମିଳିଛି ଏବଂ ଏହା ଭାରତର ସ୍ୱଚ୍ଛ ଶକ୍ତି ଓ ଅଙ୍ଗାରକଣା (କାର୍ବନ) ହୀନ ପ୍ରୟାସର ଅଗ୍ରଭାଗରେ ସ୍ଥାନିତ କରାଯାଇଛି l ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଆଧାରରେ ପାରାଦୀପ ବନ୍ଦରକୁ ଏହି ସ୍ୱୀକୃତି ମିଳିଛି, ଯାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରୁ ପ୍ରୋତ୍ସାହନ,ଲାଭାନ୍ବିତ ଓ ପ୍ରକଳ୍ପ ଗୁଡିକୁ ସକ୍ଷମ କରିବ l ସବୁଜ ଉଦଜାନ ହବ ହାଇଡ୍ରୋଜେନ ଉତ୍ପାଦନ, ସଂରକ୍ଷଣ, ପରିବହନ ଏବଂ ବ୍ୟବହାରର ଶେଷ ପ୍ରୟୋଗ ପାଇଁ ସମନ୍ୱିତ କେନ୍ଦ୍ର ଭାବେ କାର୍ଯ୍ୟ କରିବ l ପାରାଦୀପ ବନ୍ଦର ସ୍ଥାନର ପ୍ରସ୍ତୁତିଓ ବିଦ୍ୟମାନ ଭିତ୍ତିଭୂମି ବୃହତ ପରିମାଣର ଉଦଜାନ ଉତ୍ପାଦନ ଓ ରପ୍ତାନିକୁ ପ୍ରୋତ୍ସାହିତ କରିବ l

 

ଏହି ପଦକ୍ଷେପ ଭାରତକୁ ସବୁଜ ଉଦଜାନ ଉତ୍ପାଦନ, ବ୍ୟବହାର ଓ ରପ୍ତାନି ପାଇଁ ପାରାଦୀପ ବନ୍ଦରକୁ ବିଶ୍ୱର ଏକ ନମ୍ବର ହବ କରିବାକୁ ଜାତୀୟ ସବୁଜ ଉଦଜାନ ମିଶନ ଲକ୍ଷ୍ୟ ରଖିଛି l ଏଥିଯୋଗୁଁ ପାରାଦୀପ ବନ୍ଦର ର ସ୍ଥାୟୀ ଅଭିବୃଦ୍ଧି, ସ୍ୱଚ୍ଛ ଶକ୍ତି ଗ୍ରହଣ ଓ ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ lଏହି ମାନ୍ୟତା ପାଇବା ପରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ କହିଛନ୍ତି ଯେ “ଏକ ସବୁଜ ହାଇଡ୍ରୋଜେନ ହବ ର ମାନ୍ୟତା ପାଇବା ପରେ ଆମେ ଗର୍ବିତ l ଦେଶର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ସମର୍ଥନ କରିବା ଏବଂ ଭାରତର ଅଣଅଙ୍ଗାରକାମ୍ଳ ଯାତ୍ରାରେ ସାମିଲ ପାଇଁ ପାରାଦୀପ ବନ୍ଦର ଏହାର ଭିତ୍ତିଭୂମି ଓ ରଣନୈତିକ ସ୍ଥାନକୁ ବ୍ୟବହାର କରିବ l”

 

paradeep ru prasanta dash nka report epa news

Leave a Reply

Your email address will not be published. Required fields are marked *