February 21, 2026
Home » ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

0
WhatsApp Image 2026-01-28 at 12.03.56 PM

ପାରାଦୀପ : ଦେଶରେ ପଣ୍ୟ କାରବାର କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ପାରାଦୀପ ବନ୍ଦର ପକ୍ଷରୁ ନୂଆବଜାରସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ପି.ଏଲ. ହରନାଦ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ହରନାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାରାଦୀପ ବନ୍ଦର ଏବେ ଭାରତ ଅର୍ଥନୈିକ ବିକାଶର ଦ୍ୱାର ହୋଇପାରିଛି ବୋଲି କହିଥିଲେ ।

୧୫୦ ଏମଏମଟିରୁ ଉର୍ଦ୍ଧ ପଣ୍ୟ କାରବାର କରି ପାରାଦୀପ ବନ୍ଦର ସମଗ୍ର ଦେଶର ପ୍ରମୁଖ ବନ୍ଦରମାନଙ୍କୁ ପଛରେ ପକେଇ କ୍ରମାଗତ ଭାବେ ଏକ ନମ୍ବର ବୃହତ ବନ୍ଦର ହୋଇପାରିଛି । ଆଗାମୀ ୨୦୩୦ ମସିହା ବେଳକୁ ପାରାଦୀପ ବନ୍ଦର ୩୫୦ ଏମଏମଟି ପଣ୍ୟ କାରବାର କରିପାରିବାର ଲକ୍ଷ୍ୟ ରଖି ବନ୍ଦରର ଭିତିଭୂମିରେ ବିକାଶ କରିବାରେ ଲାଗିଛି । ପାରାଦୀପ ବନ୍ଦରରେ ଗ୍ରୀନ ହାଇଡ୍ରୋଜେନ ଏବଂ ଇ-ମିଥାନୋଲ ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । କର୍ମଚାରୀମାନଙ୍କ ଅର୍ଥନୈିକ ବିକାଶ ଏହିତ ଚୁକ୍ତିଭିତିକ କର୍ମଚାରୀମାନଙ୍କ ଆୟରେ ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଉଛି ।

 

ପାଇପ୍ ଯୋଗେ ସମସ୍ତ ଘର ଗୁଡିକୁ ନେଚୁରାଲ ଗ୍ୟାସ ସଂଯୋଗୀକରଣ କାର୍ଯ୍ୟ ଚାଲୁ ରହିଛି ଏଥି ସହିତ କଳିଙ୍ଗ ମେରିଟାଇମ୍ ମିୟ୍ୟୁଜିୟମ୍ ନାମରେ ଏକ ବାଣ୍ୟିଜିକ କୋଠାର ନିର୍ମାଣ କରାଯାଉଥିବା ନେଇ ସେ ସୂଚନା ଦେଇଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଓ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟଅତିଥି ଶ୍ରୀ ହରନାଦ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତା ଓ କବି ସମ୍ମିଳନୀ ଆୟୋଜିତ ହୋଇଥିଲା । ସଂନ୍ଧ୍ୟାରେ ଜୟଦେବ ସଦନ ରେ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା

 

Paradeep ru prasanta dash nka report epa news

Leave a Reply

Your email address will not be published. Required fields are marked *