July 27, 2025
Home » ପାରାଦୀପ ରେ ରାସାୟନିକ ଓ ଶିଳ୍ପ ଅପାତକାଳୀନ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରାଦୀପ ରେ ରାସାୟନିକ ଓ ଶିଳ୍ପ ଅପାତକାଳୀନ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2025-07-01 at 8.26.05 PM

ପାରାଦୀପ – ଓଡିଶା ରାଜ୍ୟ ଆପାତକାଳୀନ ପରିଚାଳନା କତ୍ତୃପକ୍ଷ ଓ ଜଗତସିଂହପୁର ଜିଲ୍ଲା ଆପାତକାଳୀନ ପରିଚାଳନା କତ୍ତୃପକ୍ଷ ଙ୍କ ମିଳିତ ସହଯୋଗରେ ମଙ୍ଗଳବାର ଦିନ ପାରାଦୀପ ରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହାର ଉଦ୍ଦେଶ୍ୟ ଥିଲା ରାସାୟନିକ ଓ ଶିଳ୍ପ ଆପାତକାଳୀନ ବ୍ୟବସ୍ଥା ପ୍ରସ୍ତୁତିକୁ ବୃଦ୍ଧି କରିବା ଓ ବିପଦ ହ୍ରାସ କୌଶଳ କୁ ଶକ୍ତିଶାଳୀ କରିବା | ପାରାଦୀପ ଶିଳ୍ପ ଅଞ୍ଚଳରେ ଅନେକ ଜଟିଳ ଓ ବିପଦଜନକ କାରଖାନା ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା | ଜଗତସିଂହପୁର ଜିଲ୍ଲପାଳ ଜେ.ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓସଡ଼ମା ସିବି ନିର୍ବାହୀ ନିର୍ଦେଶକ କମଲ ଲୋଚନ ମିଶ୍ର, ମହାପ୍ରବନ୍ଧକ ମଳୟ କୁମାର ପ୍ରଧାନ ଓ ସୁନୀଲ କୁମାର ସାହୁ, ଇଫକୋ ପାରାଦୀପ ୟୁନିଟ ମୁଖ୍ୟ ପି.କେ.ମହାପାତ୍ର, ଫ୍ୟାକ୍ଟ୍ରି ଆଣ୍ଡ ବଏଲର କଟକ ଶାଖା ଉପ ନିର୍ଦେଶକ ମନୋଜ କୁମାର ପଣ୍ଡା, ପାରାଦୀପ ଆଞ୍ଚଳିକ ସହ ନିର୍ଦେଶକ ଚନ୍ଦ୍ର ଶେଖର ବେହେରା, ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଓଡ୍ରାଫ, ଅଗ୍ନିଶମ ବିଭାଗ, ଭାରତୀୟ ତଟ୍ଟରଖି ବହିନୀ, ଆଇଓସିଏଲ, ଇଫକୋ, ପିପିଏଲ, ବିପିସିଏଲ, ଏଚପିସିଏଲ, ଏବଂ ପାରାଦୀପ ବନ୍ଦର ପ୍ରାଧିକରଣ ପ୍ରତିନିଧି ମାନେ ଯୋଗ ଦେଇ ଆପାତକାଳୀନ ପରିସ୍ଥିତି ରେ କିପରି ମୁକାବିଲା କରିହେବ ସେ ସମ୍ପର୍କିତ ଆଲୋଚନା କରିଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *