ପାରାଦ୍ଵୀପ ବନ୍ଦର ସାଂସ୍କୃତିକ ମହୋତ୍ସବ 2024 ଉଦଯାପିତ – ଅର୍ଥ ବିଭାଗର ନାଟକ “ଉଦ୍ଘାଟନ” ମଞ୍ଚସ୍ଥ ।
ପାରାଦ୍ଵୀପ ବନ୍ଦର ଜଗନ୍ନାଥ ଲଳିତ କଳା ସଂସଦ ଆନୁକୁଲ୍ୟରେ ୩ ତାରିଖ ଠାରୁ ଆଠ ଦିନ ଧରି ଆୟୋଜିତ ସାଂସ୍କୃତିକ ମହୋତ୍ସବ 2024ର ଉଦଯାପନୀ ସନ୍ଧ୍ୟାରେ ଅର୍ଥ ବିଭାଗର କର୍ମଚାରୀ ତଥା ସେମାନଙ୍କ ପରିବାରର ସଦସ୍ୟମାନେ ମିହିର ତ୍ରିପାଠୀଙ୍କ ରଚନା ଓ ନିରଞ୍ଜନ ଗାନଙ୍କ ନିର୍ଦ୍ଦେଶନାରେ ଜୟଦେବ ସଦନ ଠାରେ ମଞ୍ଚସ୍ଥ କରିଥିଲେ ନାଟକ “ଉଦ୍ଘାଟନ ” । ନାଟକରେ ରୁଦ୍ର ନାରାୟଣ ମିଶ୍ର, ପ୍ରଶାନ୍ତ ମହାରଣା, ଜୟଦେବ ମିର୍ଦ୍ଧା, ଶଙ୍କର ମଲ୍ଲିକ ଆଦି କଳାକାରମାନେ ଅଭିନୟ କରିଥିଲେ । ନାଟକଟି ଆରମ୍ଭ ହୁଏ ଓଡ଼ିଶାର ପୁରାତନ ଲୋକ କଳା ପାଲା ଗାୟନରୁ ଯାହାକି ଜଗନ୍ନାଥଙ୍କ ପାନ ପ୍ରସଙ୍ଗରେ । ଆଜିର ସମାଜରେ ଉଚ ସ୍ତରରେ ଥିବା ଅଧିକାରୀ ମାନେ ନିଜର ସ୍ବାର୍ଥ ପାଇଁ କିପରି ଉଦ୍ଘାଟନ ନାଁରେ କଳାକାର ମାନଙ୍କୁ ଶୋଷଣ କରୁଛନ୍ତି ଓ ସେମାନଙ୍କୁ ତଥା ସେମାନଙ୍କର ପରିବାରକୁ ଅନ୍ଧାର ମଧ୍ୟକୁ ଠେଲି ଦେଉଛନ୍ତି ପ୍ରଦର୍ଶିତ ହୋଇଥିଲା।ସମାଜରୁ ଶୋଷଣକୁ ଦୂର କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକୁ ଆଦରି ନେବାର ବାର୍ତ୍ତା ଦେଇଥିଲା ନାଟକଟି। କଳାକାର ମାନେ ସେମାନଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଏ ବର୍ଷ ସାଂସ୍କୃତିକ ମହୋତ୍ସବରେ ଦର୍ଶକ ମାନଙ୍କର ଉପସ୍ଥିତି ଅନ୍ୟ ବର୍ଷ ତୁଳନାରେ ବହୁ ଅଧିକ ରହିଥିଲା ଯାହାକି ସୁଚାଇଦେଇଥିଲା ପାରାଦୀପ ସହରରେ ଦର୍ଶକ ମାନଙ୍କର ନାଟକ ପ୍ରତି ଥିବା ରୁଚି ଓ ଭଲ ପାଇବା ଏବଂ ପ୍ରଦର୍ଶିତ ହୋଇଥିବା ସବୁ ନାଟକ ଗୁଡ଼ିକ ଆଜିର ସମାଜରେ, ପରିବାରରେ ଘଟୁଥିବା ନିତିଦିନିଆ ଘଟଣାବଳୀର ପ୍ରତିଛବି ପ୍ରତିଫଳିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାରେ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଦଯାପନୀ ସନ୍ଧ୍ୟାରେ ଜଗନ୍ନାଥ ଲଳିତ କଳା ସଂସଦର ସଭାପତି କ୍ୟାପଟେନ ଅଲେଖ ସାହୁ, ବନ୍ଦରର ଅର୍ଥ ପରାମର୍ଶଦାତା ଡି ଏନ୍ ସୋନ୍ଧି, ସିଏମ୍ଇ ସୁଶିଲ ନାହାକ,ଟ୍ରାଫିକ ପରାମର୍ଷଦାତା ଆଶିଷ ବୋସ ଓ ପାରାଦୀପ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ ଉପସ୍ଥିତ ଥିଲେ ।
paradeep ru prasant das nka report