ପାରା ମେଡିକାଲ କର୍ମଚାରୀଙ୍କ ଦରମା ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ସୁବର୍ଣ୍ଣପୁର— ଦରମା ବୃଦ୍ଧି ଦାବି ନେଇ ବୌଦ୍ଧ ଜିଲ୍ଲାର ସମସ୍ତ ପାରା ମେଡିକାଲ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅଲ୍ ଓଡିଶା ପାରା ମେଡିକାଲ କର୍ମଚାରୀ ସଙ୍ଘର ବୌଦ୍ଧ ଜିଲ୍ଲା ଶାଖାର ସଦସ୍ୟ ଓ ସଦସ୍ୟା ପ୍ରଭୁଦତ୍ତ ପୁରୋହିତ,କିଶୋର ମେହେର,ସରିତା ନାଏକ, ସ୍ଵର୍ଣ୍ଣଖିନୀ ତ୍ରିପାଠୀ,ରିନି ଆଚାର୍ଯ୍ୟ,ସୋନାଲିକା ଗାଇଗରିଆ,ନର୍ମଦା ନାୟକ, ବୀଣାପାଣି ଭୋଇ ଏଥିରେ ସାମିଲ ହୋଇଥିଲେ। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି,ଯେ ଦୀର୍ଘ ୨୦ ବର୍ଷ ହେବ ଅତି କମ୍ ଦରମାରେ ସରକାରଙ୍କ ବିଭିନ୍ନ ଯୋଜନା(ଏମ୍.ଏଚ୍.ଟି,ଏମ୍. ଆଚ.ୟୁ,ଆର୍.ବି.ଏସ.କେ) ମାଧ୍ୟମ ରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ସରକାର ଏ ବିଷୟରେ ବିଚାର କରି ଏକା ସାଙ୍ଗରେ କାମ କରୁଥିବା ତଥା ସମାନ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବା ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି କରିଛନ୍ତି,କିନ୍ତୁ ଏ. ଏନ୍.ଏମ୍ ଓ ଫାର୍ମାସିଷ୍ଟ୍ ମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ।ସମାନ କାମକୁ ସମାନ ଦରମା ଅସ୍ଥାୟୀ ଚାକିରୀକୁ ନିୟମିତ କରାଯିବା,ଚାକିରୀ ସ୍ଥାନରେ ସୁରକ୍ଷା ପ୍ରଦାନ,ନିୟମିତ ପଦୋନ୍ନତିର ବ୍ୟବସ୍ଥା, ମହାଙ୍ଗାଭତ୍ତା,ଘରଭଡ଼ା ଇତ୍ୟାଦି ବିଷୟରେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
