ପିଆଇସିଟି ର ଶ୍ରମିକ ସୁରକ୍ଷା ଉପରେ ଗୁରୁତ୍ୱ : ଜେଟି ବୁଲି ବ୍ୟବସ୍ଥା ଦେଖିଲେ ଶ୍ରମିକଙ୍କ ପରିବାର

ପାରାଦୀପ – ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ର ୫ ନମ୍ବର ଫାଟକ ଭିତରେ ଦୀର୍ଘ ମିଆଦି ଲିଜରେ ପଣ୍ୟ ପରିଚାଳନା କାର୍ଯ୍ୟ କରୁଥିବା ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) କେବଳ ପଣ୍ୟ କାରବାର ନୁହେଁ କାର୍ଯ୍ୟରତ ଶ୍ରମିକ ମାନଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି l ସମ୍ପ୍ରତି ପିଆଇସିଟି କମ୍ପାନୀ ଶ୍ରମିକଙ୍କ ପରିବାର ସହ ଏବେ ଯୋଡି ହେବାରେ ଲାଗିଛି ଏବଂ ଶ୍ରମିକ ମାନଙ୍କ ସୁରକ୍ଷା ଓ ସେମାନଙ୍କର ଯତ୍ନର ଗୁଣବତ୍ତା ନେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେବ କମ୍ପାନୀ ପାରାଦୀପରେ ଥିବା ନିଜ ବର୍ଥ ପରିସରକୁ ଶ୍ରମିକ ମାନଙ୍କ ପରିବାରକୁ ବୁଲିବାକୁ ଆଣି ସେମାନଙ୍କୁ ଦିନ ତମାମ କମ୍ପାନୀ ପରିସର ମଧ୍ୟରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଥିବା ଦେଖିବାକୁ ମିଳିଛି। ଶ୍ରମିକ ମାନଙ୍କ ସ୍ତ୍ରୀ,ପିଲା ଓ ପିତା ମାତାଙ୍କୁ ନିଜ ଖର୍ଚ୍ଚରେ ବସ ଯୋଗେ ସେମାନଙ୍କୁ ଘରୁ ଆଣିବା ସହ କମ୍ପାନୀ ପରିସରରେ ଥିବା ବର୍ଥ ବୁଲାଇବାର ସୁବିଧା ଉପଲବ୍ଧ କରାଉଅଛି। ଏହା ଦ୍ୱାରା ଶ୍ରମିକ ମାନଙ୍କ ପରିବାର ସେମାନଙ୍କ ଲୋକ କିଭଳି ଓ କେଉଁଭଳି ଭାବରେ କମ୍ପାନୀ ପରିସରରେ କାର୍ଯ୍ୟ କରୁଛନ୍ତି ଓ କେତେ ସୁରକ୍ଷିତ ସହ କାର୍ଯ୍ୟ କରୁଛନ୍ତି ଏବଂ କମ୍ପାନୀ କର୍ତ୍ତୃପକ୍ଷ କେତେ ମାତ୍ରାରେ ଯତ୍ନଶୀଳ ତାହା ଉପଲବ୍ଧ କରାଉଛନ୍ତି l ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜୀବନବିମା ଉପରେ ମଧ୍ୟ କମ୍ପାନୀ ସେମାନଙ୍କ ପରିବାରକୁ ସୂଚନା ପ୍ରଦାନ କରି କମ୍ପାନୀ ଏହି କାର୍ଯ୍ୟ ସବୁବେଳେ ଚାଲୁ ରଖିବା ସହ ଶ୍ରମିକ ମାନଙ୍କ ପରିବାର କୁ ନିଜ ସହ ଯୋଡିବାର ଭିନ୍ନ ପ୍ରୟାସକୁ ଅନେକ ଶ୍ରମିକ ଓ ସାଧାରଣରେ ପ୍ରଶଂସା କରାଯାଇଛି l ଶ୍ରମିକ ମାନଙ୍କ ପରିବାର ବର୍ଥ ମଧ୍ୟରେ ବୁଲିବା ସହ ଜାହାଜ ଦେଖିବା ଓ କିଭଳି ପଣ୍ୟ କାରବାର ହୁଏ ତାହାର ମଧ୍ୟ ସମ୍ୟକ ଧାରଣା ନେବା ସହ ନିଜ ଘରର ଲୋକଟି ଏହି କମ୍ପାନୀ ରେ ଅତି ସୁରକ୍ଷିତ ସହ କାର୍ଯ୍ୟ କରୁଥିବା ଅନୁଭବ ନେଇ ଘରକୁ ଫେରୁଥିବା ବେଳେ ଅନେକ ଖୁସିବ୍ୟକ୍ତ କରିଛନ୍ତି l ଏହି କମ୍ପାନୀ ର ଟର୍ମିନାଲ ମୁଖ୍ୟ ରାଜେଶ କୁମାର ନାୟକ ଶ୍ରମିକ ମାନଙ୍କ ପରିବାର ସହ ବ୍ୟକ୍ତିଗତ ଭାବେ ମିଶି ଏହି କାର୍ଯ୍ୟର ସୁପରିଚାଳନା ଉପରେ ସୂଚନା ପ୍ରଦାନ କରିଥିଲେ l କମ୍ପାନୀ ର ସିଙ୍ଗାପୁର ମୁଖ୍ୟ ଓ ମୁମ୍ବାଇ ର ଏଚଏସଇ ଗୋଷ୍ଠୀ ମୁଖ୍ୟ ମଧ୍ୟ ଶ୍ରମିକଙ୍କ ପରିବାର ସହିତ ମିଶି ସୁରକ୍ଷା ସମ୍ପର୍କରେ ସଚେତନତା କରାଇବାରେ ସହଯୋଗ କରିଥିଲେ।