ପିନ୍ଧା ଧୋତି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ ମଣ୍ଡଳ ଚିତ୍ର ଥିବା ଧୋତି ପରିଧାନ କୁ ଶ୍ରୀ ମନ୍ଦିର ସେବାୟତ ଙ୍କ ବିରୋଧ

ପିନ୍ଧା ଧୋତି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ ମଣ୍ଡଳ ଚିତ୍ର ଥିବା ଧୋତି ପରିଧାନ କୁ ଶ୍ରୀ ମନ୍ଦିର ସେବାୟତ ଙ୍କ ବିରୋଧ। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତୀ ଅପମାନ ସୁଚକ ଧୋତି ପରିଧାନ କରୁଥିବାରୁ ଶ୍ରୀ ମନ୍ଦିର କୁ କିଛି ଶ୍ରଦ୍ଧାଳୁ ଙ୍କୁ ପ୍ରବେଶ କରାଇ ଦେଲେନି ଶ୍ରୀମନ୍ଦୀର ସେବାୟତ। ଏହି ଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ରେ ଭାଏରାଲ ହୋଇଚି। ତେବେ ଶ୍ରଦ୍ଧାଳୁ ଜଣଙ୍କ ଏଭଳି ଅଶାଳୀନ ପୋଷାକ କିଭଳି ପିନ୍ଧି ଶ୍ରୀ ମନ୍ଦିର କୁ ଆସିଲେ ସେ ନେଇ ବେଶ୍ ଚର୍ଚ୍ଚାର ବିଷୟ ହୋଇଚି। ଶ୍ରୀ ମନ୍ଦିର ସିଂହ ଦ୍ଵାର ଦେଇ ପ୍ରଵେଶ ପାଇଁ ଥିବା ବ୍ୟାରିକେଡ଼ ରେ କିଛି ଶ୍ରଦ୍ଧାଳୁ ପ୍ରଵେଶ ପାଇଁ ଠିଆ ହୋଇଥିବା ବେଳେ ପିନ୍ଧା ଧୋତି ଅଶାଳୀନ ଢଙ୍ଗ ରେ ଜଗନ୍ନାଥ୍ ଙ୍କ ଚିତ୍ର ଥିବା ସେବାୟତ ଙ୍କ ନଜର କୁ ଆସିଥିଲା। ଏଭଳି ଅଶାଳୀନ ପୋଷାକ କୁ ଜଣେ ସେବାୟତ ବିରୋଧ କରିବା ପରେ ଶ୍ରଦ୍ଧାଳୁ ଜଣଙ୍କ ଆଉ ଶ୍ରୀ ମନ୍ଦିର କୁ ଯାଇ ନଥିଲେ। ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଫଟୋ ପିନ୍ଧା ଧୋତି ରହିବା ଠିକ୍ ନୁହେଁ। ଏହି ଧୋତି ର ଗୋଡ ପାଖରେ ମହାପ୍ରଭୁ ଙ୍କ ଚିତ୍ର ଥିବା ଦେଖିବାକୁ ମିଳିଚି। ଏହା ମହାପ୍ରଭୁ ଙ୍କ ପ୍ରତି କି ସମ୍ମାନ। ଭକ୍ତ ମାନେ ଶ୍ରୀ ମନ୍ଦିର କୁ ଆସିଲେ ପୋଷାକ ରେ ଶାଳୀନତା ରହିବା ଦରକାର। ନ ହେଲେ ଏହା ଭକ୍ତ ଙ୍କ ଭାବନା କୁ କୁଠାରଘାତ କରିବ। ଶ୍ରୀ ମନ୍ଦିର ଆସୁଥିବା ଭକ୍ତ ମାନେ ଶାଳୀନତା ପୋଷାକ ପରିଧାନ କରିବା ପାଇଁ ନିୟମ ରହିଚି। ହାପ ପ୍ୟାଣ୍ଟ୍, ଚିରା ଫାଟା ଜିନ୍ସ ପୋଷାକ, ଛୋଟ ପୋଷାକ ପିନ୍ଧି ଆସିବା ନେଇ କଟକଣା ରହିଚି। ଭଲ ପୋଷାକ ପିନ୍ଧି ଆସିଲେ ଶ୍ରୀ ମନ୍ଦିର ର ପବିତ୍ରତା ବଜାୟ ରହିବ। ଭକ୍ତ ଏକ ଭଲ ଅନୁଭୁତି ନେଇ ଫେରିବେ। ଏଣୁ ଉଭୟ ପୁରୁଷ ଓ ମହିଳା ମାନେ ଫୁଲ ପୋଷାକ ପିନ୍ଧି ଆସିବା ଉଚିତ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ