February 5, 2026
Home » ପିସିସି ସଭାପତି ଭକ୍ତ ଦାସଙ୍କ ୧୨ ତାରିଖରେ ନୟାଗଡ଼ ଗସ୍ତ

ପିସିସି ସଭାପତି ଭକ୍ତ ଦାସଙ୍କ ୧୨ ତାରିଖରେ ନୟାଗଡ଼ ଗସ୍ତ

0
1000880258

ନୟାଗଡ଼: ନୟାଗଡ ଆସନ୍ତା ୧୨ ତାରିଖରେ ନୟାଗଡ଼ ଦୁର୍ଗା ମଣ୍ଡପ ସାମନା ପାର୍କିଂ ପଡ଼ିଆ ଠାରେ ବିଶାଳ ଚାଷୀ ସମାବେଶର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପିସିସି ସଭାପତି ଭକ୍ତଚରଣ ଦାସ ଏହି ସମାବେଶରେ ଯୋଗ ଦେବା ପାଇଁ ନିଷ୍ପତି ପ୍ରକାରେ ପ୍ରାରମ୍ଭିକ ଦଳୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କିସାନ ସେଲ ଅଧ୍ୟକ୍ଷ ବସନ୍ତ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପିସିସି ସାଧାରଣ ସମ୍ପାଦକ ୟାଶୀର ନୱାଜ, ଡିସିସି ସଭାପତି ରଣଜିତ ଦାଶ, ପିସିସି ସଭ୍ୟ ହୁସେନ ଖାଁ, ବରିଷ୍ଠ ନେତା ମନୋଜ ସାହୁ, ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ସାନ୍ତ, ବୁଲୁ ପରିଡା, ହାଲିମ ଖାଁ, ହସୀମ ଖାଁ,ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

ଜିଲ୍ଲାରେ ଗତ ୨୯ ତାରିଖ ଠାରୁ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଖୋଳାଯାଇ ଥିଲେ ମଧ୍ୟ ଏଯାଏଁ ପ୍ୟାକ୍ସ ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି l ଚାଷୀର ଧାନ ବସ୍ତା ଥଣ୍ଡା କାକରରେ ପଡି ଖତରା ହେଲାଣି ଏପଟେ ଏଫଏକ୍ୟୁ ନାଁରେ ମିଲର୍ସ ମାନେ କୁଇଣ୍ଟାଲ ପ୍ରତି ୧0 ଲେଜି କଟଣୀଛଟଣୀ ପାଇଁ ଜିଲ୍ଲା ବ୍ୟାପି ଅଟକିଛି ଧାନକିଣା ପ୍ରତିବାଦ ରେ କଂଗ୍ରେସ କରିବ ବିଶାଳ ଚାଷୀ ସମାବେଶ ବୋଲି ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l ଏ ନେଇ ବିସ୍ତାର ଆଲୋଚନା ପାଇଁ ଆସନ୍ତା ୮ ତାରିଖରେ ଚୂଡାନ୍ତ ପ୍ରସ୍ତୁତି ପାଇଁ ବୈଠକ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି l

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *