March 9, 2026
Home » ପୁଣି ପୁରୀ ଜିଲ୍ଲା କୋର୍ଟ କୁ ବୋମା ରେ ଉଡ଼ାଇ ଦେବାକୁ ଧମକ

ପୁଣି ପୁରୀ ଜିଲ୍ଲା କୋର୍ଟ କୁ ବୋମା ରେ ଉଡ଼ାଇ ଦେବାକୁ ଧମକ

0
Screenshot 2026-03-09 175732

ପୁଣି ପୁରୀ ଜିଲ୍ଲା କୋର୍ଟ କୁ ବୋମା ରେ ଉଡ଼ାଇ ଦେବାକୁ ଧମକ। ଆଜି ଇ-ମେଲ୍ ଜରିଆରେ ଏହି ଧମକ ଆସିଥିବା ବେଳେ କୋର୍ଟ ପରିସରରେ ଭୟର ବାତାବରଣ ଖେଳିଯାଇଥିଲା। ଓକିଲ, ବିଚାରପତି ଏବଂ କର୍ମଚାରୀ ମାନେ ଭୟରେ କୋର୍ଟ ବାହାରକୁ ଚାଲି ଆସିଥିଲେ। ତେବେ ଖବରପାଇ ପୁରୀ ପୋଲିସ କୋର୍ଟ ପରିସରରେ ପହଞ୍ଚି ଡଗ୍ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟ କାରୀ ଟିମ୍ କୋର୍ଟ ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ହେଲେ କୌଣସି ବୋମା ମିଳିନଥିବା ବେଳେ ଏକ ଭୟର ବାତାବରଣ ସୃଷ୍ଟି କରିବା ପାଇଁ କେହିଜଣେ ଦୁର୍ବୁତ୍ତ ଏଭଳି କାର୍ଯ୍ୟ କରିଥିବା ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଫେବୃୟାରୀ ୬ ତାରିଖରେ ମଧ୍ୟ ପୁରୀ ଜିଲ୍ଲା କୋର୍ଟ କୁ ବୋମା ରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ତେବେ କେହି ଜଣେ ଦୁର୍ବୁତ୍ତ କୋର୍ଟ କାର୍ଯ୍ୟକୁ ବାଧାପ୍ରାପ୍ତ କରିବା ପାଇଁ ଏଭଳି କାର୍ଯ୍ୟ କରିଥିବା ଜଣାପଡ଼ିଥିଲା। ଏନେଇ ପୋଲିସ ତଦନ୍ତ କରୁଥିବା ବେଳେ ଏହା ପଛରେ କେଉଁ ବ୍ୟକ୍ତି ରହିଛି ପୋଲିସ ତା’କୁ ଧରିବାରେ ସକ୍ଷମ ହୋଇନାହିଁ। ପୁଣି ଏକମାସ ପରେ ସମାନ ଢଙ୍ଗରେ ଇ-ମେଲ୍ ଜରିଆରେ ପୁରୀ ଜିଲ୍ଲା କୋର୍ଟକୁ ବମ୍ ରେ ଉଡ଼ାଇ ଦେବାକୁ ଧମକ ଆସିଥିବାରୁ ଏହା ପଛରେ ପ୍ରକୃତରେ କେଉଁ ବ୍ୟକ୍ତି ରହିଛି ତା’ର ତଦନ୍ତ କରାଯାଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଛନ୍ତି ଆଇନଜୀବି। ସେପଟେ ପୁରୀ ସିଟି ଡିଏସପି କହିଛନ୍ତି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ତଦନ୍ତ ପରେ ଏହା ପଛରେ ଥିବା ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

 

Leave a Reply

Your email address will not be published. Required fields are marked *