May 9, 2025
Home » ପୁଣି  ଶ୍ରୀ ମନ୍ଦିର ଭିତର ଫୋଟୋ ସୋସିଆଲ ମିଡିଆରେ ଭାଈରଲ ହେଇଚି।

ପୁଣି  ଶ୍ରୀ ମନ୍ଦିର ଭିତର ଫୋଟୋ ସୋସିଆଲ ମିଡିଆରେ ଭାଈରଲ ହେଇଚି।

0
WhatsApp Image 2024-07-11 at 8.59.18 PM

Instagram ରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀ ମନ୍ଦିର ଭିତରେ ଫୋଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ରେ instagram ରେ ଅପଲୋଡ଼ କରିଚନ୍ତି । ତେବେ ଏହି ଫୋଟୋ କେଉଁ ଦିନ ଉଠା ଯାଇଚି ତାହା ଜଣାପଡ଼ିନାହିଁ। ତେବେ ଶ୍ରୀ ମନ୍ଦିର ଆନନ୍ଦ ବଜାର ର ପ୍ରଵେଶ ପଥରେ ଏହି ଫୋଟୋ ଉଠା ଯାଇଚି। ଶ୍ରୀ ମନ୍ଦିର ର ସମ୍ପୂର୍ଣ ଦୃଶ୍ୟ ନଜର କୁ ଆସୁଚି। ତେବେ ଏହି ଫୋଟୋ ଭାଇରଲ୍ ପରେ ଜଗନ୍ନାଥ୍ ପ୍ରେମୀ ମହଲ ରେ ଅସନ୍ତୋଷ ସୃଷ୍ଟି ହୋଇଛି। ଶ୍ରୀ ମନ୍ଦିର କୁ ମୋବାଇଲ ନେବା ନିଷିଦ୍ଧ ଥିବା ବେଳେ ଉକ୍ତ ଯୁବକ କିଭଳି ଶ୍ରୀ ମନ୍ଦିର ଭିତରକୁ ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଚି। ଉକ୍ତ ଯୁବକ ମୋବାଇଲ ନେଇଛି ନା କେଉଁ ସେବାୟତ ଙ୍କ ମୋବାଇଲ ରେ ଫୋଟୋ ଉଥାଯାଇଚି ତାହାର ତଦନ୍ତ ପୋଲିସ୍ କରି ନିୟମ ଉଲଘଂନ କରିଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହୋଇଚି। ଶ୍ରୀ ମନ୍ଦିର କୁ ମୋବାଇଲ ନେବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି। ଭକ୍ତ ମାନଂକ ପାଇଁ ଏହି କଟକଣା ଥିବା ବେଳେ ଶ୍ରୀ ମନ୍ଦିର ସେବାୟତ, ପୋଲିସ୍ କର୍ମଚାରି ଙ୍କ ପାଇଁ ମଧ୍ୟ ଏହି କଟକଣା ରହିଚି। ତେବେ ଶ୍ରୀ ମନ୍ଦିର ଚାରି ଦ୍ଵାର ରେ 24 ଘଂଟା ପୋଲିସ ରହୁଥିବା ବେଳେ ଲୋକ ଙ୍କୁ ଚେକ୍ କରିବାରେ ଅବହେଳା ହଉଥିବା ଅଭିଯୋଗ ହୋଇ ଆସୁଚି। ତେବେ ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡ଼ାକଡ଼ି କରିବା ପାଇଁ ଭକ୍ତ ମହଲରେ ଦାବୀ ହୋଇଛି। ପୁର୍ବରୁ ଶ୍ରୀ ମନ୍ଦିର ଭିତରେ ଫୋଟୋ ଅନେକ ଥର ଭାଈରାଲ୍ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉନଥିବା ରୁ ଏଭଳି ଘଟଣା ବାରମ୍ବାର ହେଉଥିବା ସାଧାରଣ ରେ ଅଭିଯୋଗ ହୋଇ ଆସୁଚି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *