February 2, 2026
Home » ପୁରୀ ରେ ପ୍ରଥମ ପାରା ଆଥଲେଟିକ୍ସ ଚମ୍ପିୟାନସିପ ଅନୁଷ୍ଠିତ

ପୁରୀ ରେ ପ୍ରଥମ ପାରା ଆଥଲେଟିକ୍ସ ଚମ୍ପିୟାନସିପ ଅନୁଷ୍ଠିତ

0
WhatsApp Image 2026-02-01 at 4.11.22 PM

ପୁରୀ :  ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ପ୍ରଥମ ପାରା ଆଥଲେଟିକ୍ସ ଚମ୍ପିୟାନସିପ ର ଆୟୋଜନ କରାଯାଇଥିଲା।ଏହାକୁ ଉଦଘାଟନ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଦିବ୍ଯାଙ୍ଗ ମାନେ ଆମ ସମାଜର ଏକ ଅଙ୍ଗ।ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଭରି ରହିଛି।ସେହି ପ୍ରତିଭା ର ବିକାଶ ସମାଜ ପାଇଁ ସମ୍ବଳ ସୃଷ୍ଟି କରି ପାରିବ।ପ୍ରଥମ ଥର ପାଇଁ ପୁରୀ ରେ ପାରା ଆଥଲେଟିକ ର ଆୟୋଜନ ଏକ ସୁନ୍ଦର ପଦକ୍ଷେପ।ଏହି ଆଥଲେଟ ମାନଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ଦିବ୍ଯାଙ୍ଗ ଙ୍କ ପ୍ରତିଭା, ସେମାନଙ୍କ ପ୍ରତି ରହିଥିବା ସରକାରୀ ବ୍ୟବସ୍ଥା, କ୍ରୀଡା କ୍ଷେତ୍ରରେ ସେମାନଙ୍କୁ ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।ପାରା ଆଥଲେଟିକ୍ସ ର ରାଜ୍ୟ ସଭାପତି କମଳାକାନ୍ତ ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗଜଲକ୍ଷ୍ମୀ ରାୟ,ପାରା ଆଥଲେଟ ଇଣ୍ଡିଆ ର କୋଷାଧ୍ୟକ୍ଷ ସୁନିଲ କୁମାର ପରିଡା, ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର,ପାରା କ୍ରୀଡାବିତ ଜୟନ୍ତୀ ବେହେରା, ମାର୍କଣ୍ଡ ରେଡି,କମଳାକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଥିଲେ।ପରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *